ଶୁଣିଲାନି ପ୍ରଶାସନ, ମିଳିପାରିଲାନି ପକ୍କା ଘର। ଅସହାୟ ବୃଦ୍ଧା ମା’ ଓ ଦିବ୍ୟାଙ୍ଗ ପୁଅ ପାଇଁ ପକ୍କା ଘର ତିଆରି କଲେ ସମାଜସେବୀ ବିନୋଦ।

40

କନକ ବ୍ୟୁରୋ: ଶୁଣିଲାନି ପ୍ରଶାସନ, ମିଳିପାରିଲାନି ପକ୍କା ଘର । ଆଉ ଭଙ୍ଗା ଦଦରା ଘରେ ଅସହାୟ ବୃଦ୍ଧା ମା’ ଓ ଦିବ୍ୟାଙ୍ଗ ପୁଅ । ତେବେ ଏମାନଙ୍କୁ ସହଯୋଗ କରି ପକ୍କା ଘର ତିଆରି କରିଦେଲେ ସମାଜସେବୀ । ମାଲକାନଗିରି ସଦର ମହକୁମାର ଜଣାଶୁଣା ସାମଜସେବୀ ତଥା ବ୍ୟବସାୟୀ ବିନୋଦ ଟାଓାରିଙ୍କ ବଦାନ୍ୟତାକୁ ନେଇ ଚାରିଆଡେ ଚର୍ଚ୍ଚା । ବୃଦ୍ଧା ମା’ ଲାଛି ମାମା ଓ ତାଙ୍କ ପୁଅ ଏମ୍. ବାଲା । ପୁଅ ଦିବ୍ୟାଙ୍ଗ ସାଙ୍ଗକୁ ୮୫ ବର୍ଷର ଲାଛି ମାମା ଭଲ ଭାବେ ଦେଖିପାରୁନାହାନ୍ତି ।

ମାଲକାନଗିରି ଉପଜିିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷ ବର୍ଷ ଧରି ଏମିତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିଲେ ଦୁଇ ପ୍ରାଣୀ କୁଟୁମ୍ବ । କିଛି ବର୍ଷ ତଳେ ବାଲାଙ୍କ ବାପା ଆର ପାରିକୁ ଚାଲି ଯାଇଥିଲେ । ତେବେ ଜାଗା ମିଶନରେ ଜାଗା ସାଙ୍ଗକୁ ବସ୍ତି ଯୋଗ୍ୟ ପଟ୍ଟା ପାଇଁ ଆବେଦନ କରିଥିଲେ ବାଲା । ହେଲେ କିଛି ମିଳିଲା ନାହିଁ । ଏପରିକ ସ୍ଥିତିରେ ବାଲା ଓ ଲାଛି ମାମାଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ସହଯୋଗର ହାତ ବଢାଇ ଥିଲେ ମାଲକାନଗିରି ସଦର ମହକୁମାର ଜଣାଶୁଣା ସମାଜସେବୀ ବିନୋଦ ଟାଓରି । ବିନୋଦ, ଦିବ୍ୟାଙ୍ଗ ବାଲାଙ୍କୁ ଘର ପ୍ରଦାନ କରି ବଦାନ୍ୟତାର ଆଉ ଏକ ଅନ୍ୟତମ ଉଦାହରଣ ସୃଷ୍ଟି କରିଛନ୍ତି । ପୂର୍ବରୁ ବିନୋଦ ଅନେକ ସମାଜସେବା କରି ବେଶ ଚର୍ଚ୍ଚାରେ ରହିଆସିଛନ୍ତି । ବିଶେଷକରି କରୋନା କାଳରେ ଅସହାୟଙ୍କୁ ଖାଇବା ଓ ପିଇବାଠାରୁ ଆରମ୍ଭ କରି ରାସନ ସାମଗ୍ରୀ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ମୋବାଇଲ ପ୍ରଦାନ କରିଛନ୍ତି ବିନୋଦ । ବିନୋଦଙ୍କ ଏଭଳି କାମ ପାଇଁ ସବୁଠି ତାଙ୍କୁ ପ୍ରଶଂସା କରାଯାଉଛି ।