ଖରାପ ରାସ୍ତାକୁ ନେଇ ନିଆରା ପ୍ରତିବାଦ । ହାତରେ ଚପଲ ଧରି ଚାଲିଲେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ପୋଲସରା ବ୍ଲକ ପ୍ରଶାସନିକ ବାବୁ

111

କନକ ବ୍ୟୁରୋ : ପୋଲସରା ବ୍ଲକ ଢୁଙ୍କାପଡାରେ କାଦୁଅ ରାସ୍ତାରେ ଅତିରିକ୍ତ ବିଡିଓଙ୍କୁ ଚଲାଇଲେ ଗ୍ରାମବାସୀ । ବହୁ ସମୟ ଧରି ଅଭିଯୋଗ କରିବା ପରେ ତଦାରଖ ପାଇଁ ପୋଲସରା ଏବିଡିଓ ଗ୍ରାମକୁ ଆସିଥିଲେ । ତଦନ୍ତ ପାଇଁ କାଦୁଅ ରାସ୍ତା ରେ ଏବିଡିଓ ହାତରେ ଚପଲ ଧରି ଚାଲି ଚାଲି ଯିିବା ସମୟରେ ଲୋକମାନେ ତଳି ରୋଇଲେ । ପୋଲସରା ବ୍ଲକ ଢୁଙ୍କାପଡାରେ ଘଟିଛି ଏହି ଘଟଣା । ଠଣାପଲି ଠାରୁ ଦଲେଇ ଘାଇ ରାସ୍ତା ପାଇଁ ୫ଲକ୍ଷ ଟଙ୍କାରେ ର୍ନିମାଣ ନେଇ ଫଳକ ଲଗାଇ ବିଲ୍ ହୋଇଛି । ସିନ୍ଧିପଦରଠାରୁ ହଦ ରାସ୍ତା ନଥିବାବେଳେ ବିଲ୍ ଉଠା ସରିଛି । ଏହାର ତଦନ୍ତ ପାଇଁ ପୋଲସରା ଏବିଡିଓ ଘଟଣା ସ୍ଥଳକୁ ଯିିବା ସମୟରେ କାଦୁଅ ରାସ୍ତାରେ ଲୋକମାନେ ଚଲାଇ ଚଲାଇ ନେଇଥିଲେ । ବିଡିଓଙ୍କ ସାମନାରେ ତଳି ଲଗାଇଥିଲେ ।