‘ଜୁଡ଼ୱା ୨’ ଗୀତର ସୁଟିଂ ସମୟରେ ତାପସୀଙ୍କୁ ଲାଗିଲା ବରୁଣଙ୍କ ‘କିକ୍’ ! ଅଭିନେତ୍ରୀ ଆହତ

44

ବରୁଣ ଧାୱନଙ୍କ ଏ ବର୍ଷର ବହୁ ପ୍ରତିକ୍ଷୀତ ସିନେମା ‘ଜୁଡ଼ୱା ୨’କୁ ଦେଖିବା ପାଇଁ ଦର୍ଶକ ଆଗ୍ରହ ସହକାରେ ଅପେକ୍ଷା କରିଛନ୍ତି । ଦର୍ଶକଙ୍କୁ ଖୁସି କରିବା ପାଇଁ ଓ ସିନେମାକୁ ହିଟ୍ କରିବା ପାଇଁ କଡ଼ା ପରିଶ୍ରମ କରୁଛନ୍ତି ସିନେମାର ପୁରା ଷ୍ଟାରକାଷ୍ଟ । ଏବେ ପର୍ଯ୍ୟନ୍ତ ‘ଜୁଡ଼ୱା ୨’ର ପୋଷ୍ଟର, ଗୀତ ଓ ଟ୍ରେଲର ରିଲିଜ ହୋଇସାରିଛି । ବରୁଣଙ୍କ ସହ ଏହି ସିନେମାରେ ଅଭିନୟ କରୁଥିବା ଅଭନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡ଼ିଜ ଓ ତାପସୀ ପାନ୍ନୁ ମଧ୍ୟ ସିନେମାର ପ୍ରମୋସନ ପାଇଁ କଡ଼ା ପରିଶ୍ରମ କରୁଛନ୍ତି । ଏହି ସିନେମାକୁ ସଫଳ କରିବା ପାଇଁ ପୁରା ଷ୍ଟାରକାଷ୍ଟ ଜୋର ଲଗେଇ ଦେଇଛନ୍ତି, ଯାହାଦ୍ୱାରା ତାପସୀଙ୍କୁ ଆଘାତ ମଧ୍ୟ ଲାଗିଛି ।

ତେବେ ସିନେମାର ଗୀତ ‘ଚଲତି ହେ କ୍ୟା ନ ସେ ବାରା’ ସୁଟିଂ ସମୟରେ ତାପସୀଙ୍କ ସହ ଏକ ଅଘଟଣ ହୋଇଗଲା । ଏହାର ଖୁଲାସା କରିଛନ୍ତି ନିଜେ ଅଭିନେତ୍ରୀ ତାପସୀ ପାନ୍ନୁ । ତାପସୀ ଏକ ଭିଡ଼ିଓରେ ପୋଷ୍ଟ କରିବା ପରେ ଏକଥା ଜଣାପଡ଼ିଛି । ଏହି ଗୀତରେ ବରୁଣ, ଜ୍ୟାକଲିନ୍ ଓ ତାପସୀଙ୍କୁ ସହ ଏକାସଙ୍ଗେ ଡ୍ୟାନ୍ସ କରୁଥିଲେ । ଡ୍ୟାନ୍ସ କରୁଥିବା ସମୟରେ ଅଚାନକ ବରୁଣଙ୍କ କିକ୍ ତାପସୀଙ୍କୁ ଲାଗିଥିଲା । ବରୁଣଙ୍କ କିକ୍ ଯୋଗୁଁ ତାପସୀଙ୍କୁ ବହୁତ କଷ୍ଟ ହୋଇଥିଲା । ଏହି ଦୁର୍ଘଟଣା ପରେ ତାପସୀ ନିଜେ ଏହି ଭିଡ଼ିଓକୁ ନିଜର ସୋସିଆଲ ଆକାଉଂଟରେ ଶେୟାର କରିଛନ୍ତି ।

ସୂଚନାଯୋଗ୍ୟ ସଲମାନ୍ ଖାନଙ୍କ ହିଟ ସିନେମା ‘ଜୁଡ଼ୱା’ର ସିକ୍ୱେଲ ‘ଜୁଡ଼ୱା ୨’ରେ ବରୁଣ ଦୁଇଟି ଅଲଗା ଅଲଗା ଅବତାରରେ ନଜର ଆସିବେ । ସିନେମାରେ ବରୁଣ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡ଼ିଜ୍ ଓ ତାପସୀ ପାନ୍ନୁ, ଉଭୟଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ସିନେମା ‘ଜୁଡ଼ୱା ୨’ ୧୯୯୭ରେ ରିଲିଜ ହୋଇଥିବା ସଲମାନ୍ ଖାନଙ୍କ ସିନେମା ‘ଜୁଡ଼ୱା’ର ରିମେକ ଅଟେ । ଏହି ସିନେମାରେ ସଲମାନ ଖାନ ମଧ୍ୟ ସ୍ୱତନ୍ତ୍ର ଭୂମିକାରେ ନଜର ଆସିବେ । ଶୁଣବା ପାଇଁ ମିଳୁଛି ସଲମାନ ‘ଟନଟନା ଟନ’ ଓ ‘ଉଚ୍ଚୀ ହେ ବିଲଡ଼ିଂ’ ଗୀତରେ ନଜର ଆସିବେ ।

                                          ସୌଜନ୍ୟ- ଅମରଉଜାଲା