ମୁହଁରେ ଲଗାନ୍ତୁ ପରିବା ଫେସ୍ ପ୍ୟାକ୍ ! ଚେହେରାର ଚମକ ହେବ ଦୁଇଗୁଣା

84

ଆଜିକାଲି ପ୍ରଦୂଷଣ ବଢିବାରେ ଲାଗିଛି । ଯେଉଁଥି ପାଇଁ ତ୍ୱଚାର ଚମକ ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି । ତ୍ୱଚାରେ ଚମକ ଆଣିବା ପାଇଁ ବଜାରରେ ବିକ୍ରି ହେଉଥିବା କ୍ରିମକୁ ଲୋକମାନେ ଅଧିକ ବ୍ୟବହାର କରୁଛନ୍ତି । ଏହି କ୍ରିମର ପ୍ରଭାବ ବହୁ କମ ଦିନ ପାଇ ପଡିଥାଏ । ଏହାର ବ୍ୟବହାର ବନ୍ଦ କରିଦେଲେ ତ୍ୱଚାର ଚମକ ପୁଣିଥରେ ପୂର୍ବପରି ହୋଇଯାଏ । ଯଦି ଆପଣ ଏହାର ବ୍ୟବହାରକୁ ନେଇ ନିରାଶ ହେଉଛନ୍ତି, ତେବେ ଭେଜିଟେବୁଲ ପ୍ୟାକ୍ ବ୍ୟବହାର କରନ୍ତୁ । ଯାହା ଆପଣଙ୍କ ତ୍ୱଚାର ରୁକ୍ଷପଣକୁ ଦୂର କରି ଚମକ ଆଣିଦେବ । ତେବେ ଆସନ୍ତୁ ଜାଣିବା ଏହି ଫେସ ପ୍ୟାକକୁ କିଭଳି ବନାଇବା ଏବଂ ବ୍ୟବହାର କିପରି କରିବା ।

ଆଳୁ ଫେସ ପ୍ୟାକ- ଆଳୁକୁ ସରୁ ସରୁ କରି କାଟନ୍ତୁ । ଏଥିରୁ କିଛି ଆଳୁ ନେଇ ଦହି ସହ ପେଷ୍ଟ କରନ୍ତୁ । ତା’ପରେ ତ୍ୱଚାରେ ୧୦ ବା ୧୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ତ୍ୱଚାକୁ ଧୋଇ ଦିଅନ୍ତୁ । ଏହି ପ୍ୟାକକୁ ସପ୍ତାହରେ ଦୁଇ ଥର ବ୍ୟବହାର କରିଲେ, ଆପଣଙ୍କ ତ୍ୱଚାର ଚମକ ଆସିଯିବ ।

ଗାଜର ଫେସ ପ୍ୟାକ- ଗାଜରର ପେଷ୍ଟ ବନାଇବା ପାଇଁ ପ୍ରଥମେ ଦୁଇ ଚାମଚ ଗାଜର ରସ ନିଅନ୍ତୁ । ଏଥିରେ ଏକ ଚାମଚ ମହୁ ମିଶାନ୍ତୁ । ତା’ପରେ ଏହାକୁ ତ୍ୱଚାରେ ୨୦ ମିନିଟ ପର୍ଯ୍ୟନ୍ତ ଲଗାନ୍ତୁ । ଏହାପରେ ଧୀରେ ଧୀରେ ପାଣିରେ ଧୋଇ ଦିଅନ୍ତୁ । ଏହି ଫେସ ପ୍ୟାକକୁ ସପ୍ତାହରେ ଦୁଇ ଥର ବ୍ୟବହାର କରନ୍ତୁ । ତ୍ୱଚାର ଚମକ ନିଶ୍ଚିତ ଆସିବ ।

ବାଇଗଣ ଫେସ ପ୍ୟାକ – ପ୍ରଥମେ ବାଇଗଣକୁ କାଟି ଦିଅନ୍ତୁ । ଏହାକୁ ଭଲ ଭାବରେ ପେଷ୍ଟ କରନ୍ତୁ । ଏଥିରେ କିଛି ଆଲବେରା ଜେଲ ନେଇ ମିଶାନ୍ତୁ । ଆପଣ ଏହି ଫେସ ପ୍ୟାକକୁ ତ୍ୱଚାରେ ୧୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ତ୍ୱଚାକୁ ଧୋଇ ଦିଅନ୍ତୁ । ଆପଣଙ୍କ ତ୍ୱଚାର ଚମକ ଧୀରେ ଧୀରେ ଆସିଯିବ ।

ବିଟ ଫେସ ପ୍ୟାକ- ବିଟକୁ ସରୁ ସରୁ ଭଲ ଭାବରେ କାଟନ୍ତୁ । ତା’ପରେ ବାଟି ଦିଅନ୍ତୁ । ଏଥିରେ ଅଲିଭ ତେଲ ମିଶାନ୍ତୁ । ଏହାକୁ ତ୍ୱଚାରେ ୧୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ତା’ପରେ ପାଣିରେ ଧୋଇ ଦିଅନ୍ତୁ । ଏଭଳି ୧୦ ବା ୧୫ ଦିନ ଲଗାନ୍ତୁ । ଦେଖିବେ ଆପଣଙ୍କ ତ୍ୱଚାର ଚମକ ଆସି ଯିବ ।

ମଟର ଫେସ ଫ୍ୟାକ – ମଟର ଫେସ ପ୍ୟାକ ବନାଇବା ପାଇଁ ୬-୭ ଗ୍ରୀନ ମଟର ନିଅନ୍ତୁ । ଏଥିରେ ଏକ ଚାମଚ ଲେମ୍ବୁ ରସ ସହ ୧/୨ ଚାମଚ ନଡ଼ିଆ ତେଲ ନେଇ ପେଷ୍ଟ କରନ୍ତୁ । ଏହା ପରେ ପାଣିରେ ଧୋଇ ଦିଅନ୍ତୁ । ଏହି ଫେସ ପ୍ୟାକକୁ ପ୍ରୋୟଗ କରିବା ଦ୍ୱାରା ଆପଣଙ୍କ ତ୍ୱଚା ସୁନ୍ଦର ଦେଖାଯିବା ସହ ଚମକ ମଧ୍ୟ ଦେଖାଯିବ ।