ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୁତ୍ୟୁ ମୁଖରୁ ବଞ୍ଚିଲା ଜୀବନ, ମାତ୍ର ୩୫ ସେକେଣ୍ଡ ବିଳମ୍ବ ହୋଇଥିଲେ ୧୫୦ ଯାତ୍ରୀଙ୍କର ହୋଇଥାନ୍ତା ମୃତ୍ୟୁ ।

6,557

କନକ ବ୍ୟୁରୋ : କୁହାଯାଏ ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ମୃତ୍ୟୁକୁ ଅତି ପାଖରୁ ଦେଖି ସାରିଥିଲେ ଲୋକେ । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ୧୫୦ ଯାତ୍ରୀଙ୍କ ପାଇଁ ଦେବଦୂତ ସାଜିଥିଲା । ୨୦୦୯ ମସିହା ଜାନୁୟାର ୧୫ ତାରିଖର ଏହି ଘଟଣା ସବୁବେଳେ ମନେ ପଡ଼ିଯାଏ । ୟୁଏସର ଏୟାରୱେସ ୧୫୪୯ ବିମାନ ନ୍ୟୁୟର୍କ ସହରରୁ କୋରୋଲିନାର ଚାର୍ଲୋଟ ଏବଂ ସିଏଟେଲ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ୧୫୦ ଯାତ୍ରୀଙ୍କୁ ଧରି ବିମାନ ଉଡ଼ାନ ଆରମ୍ଭ କରିଥିଲା ।

ଡେଲିମେଲର ଏକ ରିପୋର୍ଟର୍ ମୁତାବିକ, ଉଡ଼ାନ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ବିମାନଟି ୨୮୦୦ ଫୁଟ ଉପରକୁ ଚାଲିାଇଥିଲା । ହଠାତ କନାଡ଼ାର ଗୀଜ୍ ନାମକ ପକ୍ଷୀଗୁଡ଼ିକ ବିମାନ ଆଗକୁ ଚାଲି ଆସିଥିଲେ । ପବନ ସହ ପକ୍ଷୀଗୁଡ଼ିକ ଇଞ୍ଜିନ ଭିତରେ ଫସି ରହିଥିଲେ । ଯେଉଁଥି ପାଇଁ ବିମାନର ଦୁଇଟିଯାକ ଇଞ୍ଜିନ ଜାମ୍ ହୋଇଯାଇଥିଲା । ଏହାଫଳରେ ପ୍ଲେନର ଟର୍ବୋଫ୍ୟାନ କାମ କରିବା ବନ୍ଦ କରି ଦେଇଥିଲା । ଏହା ଦ୍ୱାରା ପ୍ଲେନର ଏକ ବଡ଼ ବିସ୍ଫୋରଣ ହୋଇଥିଲା । ଆଉ ବିମାନଟି ପୁରା ହଲିଯାଇଥିଲା । ଯାହାଫଳରେ ଏଥିରେ ଥିବା ଯାତ୍ରୀମାନେ ସମ୍ପୂର୍ଣ୍ଣଭାବେ ଭୟଭୀତ ହେବାସହ ଚିକ୍ରାର କରିବା ଆରମ୍ଭ କରିଥିଲେ । ତେବେ ଯାତ୍ରୀଙ୍କ ପାଟିଶୁଣି ପାଇଲଟ ବିରକ୍ତ ହୋଇଥିଲେ । ସେ ଯାତ୍ରୀଙ୍କୁ ବୁଝାଇଥିଲେ କି, କିଭଳିଭାବେ ରିଷ୍ଟାର୍ଟ ହେବ ଏବଂ ପୂର୍ବ ଅବସ୍ଥାକୁ ଫେରି ଆସିବ । ତେବେ ବହୁ ଚେଷ୍ଟା ପରେ ମଧ୍ୟ ଇଞ୍ଜିନ ରିଷ୍ଟାର୍ଟ ହୋଇନଥିଲା ।

ଏହାପରେ ବିମାନଟି ଧିରେ ଧିରେ ଖସିବାକୁ ଆରମ୍ଭ କରିଥିଲା । ପାଇଲଟ ଚେରଲି ଶୀଘ୍ର ଏଟିସିଙ୍କୁ ସୂଚନା ଦେଇଥିଲେ । ସେ କହିଥିଲେ କି, ସେମାନେ ଲାଗୋଡ଼ିଆ ବିମାନବନ୍ଦରକୁ ଫେରିବା ପାଇଁ ଚାହୁଁଛନ୍ତି । କଣ୍ଟ୍ରୋଲରଙ୍କ ପାଖରେ ଯେତେବେଳେ ଏହି ମେସେଜ ପହଞ୍ଚଇଥିଲା ସେ ତୁରନ୍ତ ଲ୍ୟାଣ୍ଡିଙ୍ଗ ପାଇଁ ଅନୁମତି ଦେଇଥିଲେ । ପାଇଲଟଙ୍କୁ ସୂଚନା ଦିଆଯାଇଥିଲା କି, ଏୟାରପୋର୍ଟର ୩୧ ନମ୍ବର ରନୱେରେ ଲ୍ୟାଣ୍ଡିଙ୍ଗ କରିବା ପାଇଁ । କିନ୍ତୁ ବିମାନଟି ଯେଉଁ ଗତିରେ ତଳକୁ ଖସୁଥିଲା ପାଇଲଟ ସେଠାକୁ ଯାଇପାରିବ ନାହିଁ ବୋଲି କହିଥିଲେ । କାହିଁକି ନାଁ ସେଠାରୁ ଏୟାରୋର୍ଟ ବହୁତ ଦୂରରେ ରହିଥିଲା । ପାଇଲଟ ଚେରଲି କହିଥିଲେ କି, ଆମେ ଯଦି ପୁଣି ଏୟାରପୋର୍ଟକୁ ଫେରୁଛେ ତାହେଲେ ବିମାନଟି ନ୍ୟୁୟକ ସିଟିର ମଝାମଝିରେ ଖସି ପଡ଼ିବ । ଏହାଫଳରେ ବିମାନରେ ଥିବା ଯାତ୍ରୀଙ୍କ ସହ ସହରର ମଧ୍ୟ ଅନେକ କ୍ଷତି ହେବ । ବହୁ ଲୋକଙ୍କ ଜୀବନ ଯିବାର ମଧ୍ୟ ଆଶଙ୍କା ରହିଥିଲା ।

ଏହାପରେ ପାଇଲଟ କହିଥିଲେ କି ତାଙ୍କୁ ନ୍ୟୁଜର୍ସର କୌଣସି ବିମାନ ବନ୍ଦରରେ ଅବତରଣ କରିବାର ଅନୁମତି ଦିଆଯାଉ । ତାଙ୍କର ଦାବିକୁ ମଧ୍ୟ ଶୁଣାଯାଇଥିଲା ଏବଂ ଟେଟରବୋରେ ବିମାନବନ୍ଦରରେ ଅବତରଣ ବରିବା ପାଇଁ ଅନୁମତି ମିଳିଥିଲା । କିନ୍ତୁ ବିମାନଟି ସେତେବେଳକୁ ବହୁ ତଳକୁ ଖସି ଆସିଥିଲା । ଏଣୁ ସେଠାରେ ମଧ୍ୟ ଲ୍ୟାଣ୍ଡିଙ୍ଗ କରିବା ଅସମ୍ଭବ ହୋଇଥିଲା । ଶେଷରେ ହଡସନ ନଦୀରେ ଅବତରଣ କରିବା ପାଇଁ ପାଇଲଟ ନିଷ୍ପତି ନେଇଥିଲେ । ତେବେ କଣ୍ଟ୍ରୋଲର ପ୍ରଥମେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ କିନ୍ତୁ ପରେ ପାଇଲଟଙ୍କ ଅନୁଭବ ସମ୍ପର୍କରେ ଜାଣିବା ପରେ ଅନୁମତି ଦେଇଥିଲେ । ସେପଟେ ଯାତ୍ରୀଙ୍କୁ ଯାତ୍ରୀଙ୍କୁ ସୂଚନା ଦିଆଯାଇଥିଲା କି, ସମସ୍ତେ ନିଜ ନିଜର ସିଟ୍ ବେଲ୍ଟ ବାନ୍ଧିବା ସହ ଲାଇଫ ଜ୍ୟାକେଟ ପିନ୍ଧିବାକୁ । ଏହାସହ ବିମାନ ଅବତରଣ କରିବା ପୂର୍ବରୁ ରେସ୍କ୍ୟୁ ଟିମ୍ ଏବଂ ଜାହାଜ ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲା ।

ବିମାନଟି ଯେତେବେଳେ ୫୦୦ ଫୁଟ ଉପରେ ରହିଥିଲା ସେତେବେଳେ ଧିରେ ଧିରେ ତଳକୁ ଖସିବା ଆରମ୍ଭ କରିଥିଲା । ଯେତେବେଳେ ବିମାନଟି ନଦୀରେ ଅବତରଣ କଲା ସେତେବେଳେ ଗତି ୨୩୦ କିଲୋମିଟର ୍ରତି ଘଂଟା ଥିଲା । କିନ୍ତୁ ପାଇଲଟ ଏଭଳିଭାବେ ଲ୍ୟାଣ୍ଡିଙ୍ଗ କରିଥିଲେ କି, ଯେଭଳି ଏୟାରପୋର୍ଟରେ ଅବତରଣ କରେ ।ପାଣି ଉପରେ ବିମାନଟି ଭାସିବା ଆରମ୍ଭ କରିଥିଲା    । ବିମାନର ଆଗ ଗେଟରେ ବାହାରିବାକୁ ଯାତ୍ରୀଙ୍କୁ କହିଥିଲେ ପାଇଲଟ । କିନ୍ତୁ ନିଜର ଜୀବନ ବଞ୍ଚାଇବା ପାଇଁ ସବୁ ଯାତ୍ରୀମାନେ ବ୍ୟଗ୍ର ହେଉଥିବାବେଳେ ଜଣେ ଯାତ୍ରୀ ପଛ ଗେଟ ଖୋଲି ଦେଇଥିଲେ । ଯାହାଫଳରେ ପଛ ଗେଟ ଦେଇ ପାଣି ବିମାନ ମଧ୍ୟକୁ ପଶିବା ଆରମ୍ଭ କରିଥିଲା । ଯାତ୍ରୀମାନେ ନିଜ ନିଜର ସୁରକ୍ଷା ଦୃଷ୍ଟିରୁ ପାଣିକୁ ଡେଇଁବା ଆରମ୍ଭ କରିଥିଲେ । କେହି କେହି ବିମାନରେ ୱିଙ୍ଗରେ ମଧ୍ୟ ଚଢ଼ିଯାଇଥିଲେ । ଉଦ୍ଧାରକାରୀ ଦଳ ସେଠାରେ ଉପସ୍ଥିତ ରହିଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତଭାବେ ଉଦ୍ଧାର ହୋଇଥିଲେ । ଏତେବଡ଼ ଅଘଟଣ ହୋଇଥିଲେ ସୁଦ୍ଧା କେହି ମୃତାହତ ହୋଇନଥିଲେ । ମାତ୍ର ୫ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ।

ତେବେ ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ପାଇଲଟ ଦି ଆଉ ଅବତରଣ କରିବା ପାଇଁ ମାତ୍ର ୩୫ ସେକେଣ୍ଡ ବିଳମ୍ବ କରିଥାନ୍ତେ ତାହେଲେ ଏକ ବଡ଼ ଅଘଟଣ ଘଟିଥାନ୍ତା । ଯାଞ୍ଚ ପରେ ଏହି ଲ୍ୟାଣ୍ଡକୁ ‘ମୋଷ୍ଟ ସକସେସଫୁଲ ଲ୍ୟାଣ୍ଡଙ୍ଗ’ ସମ୍ମାନରେ ସମ୍ମାନିତ କର।।ଇଥିଲା । ଦୁଇ ପାଇଲଟଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।