ମଝି ଆକାଶରେ ଝଗଡା ପରଠାରୁ କପିଲ ଶର୍ମାଙ୍କ ପଡିଛି ଶନିଦଶା! ସୋ ଛାଡିଲେ ଆଉ ଜଣେ କଳାକାର । ଏକା ହେଉଛନ୍ତି କମେଡି କିଙ୍ଗ

34

କମେଡି କିଙ୍ଗ୍ କପିଲ ଶର୍ମାଙ୍କ ଶନିଦଶା ପଡିଛି । ଦ କପିଲ ଶର୍ମା ସୋ’ରୁ ସୁନୀଲ ଗ୍ରୋଭର ବିଦାୟ ନେବା ପରେ କପିଲଙ୍କ ପଛରେ ଯେମିତି ଶନି ପଡି ଯାଇଛନ୍ତି । ସୁନୀଲ ଯିବା ପରେ ସୋ’ର ଟିଆରପି ଖସି ଖସି ଚାଳିଥିବା ବେଳେ ଜଣକ ପରେ ଜଣେ ସାଥୀ କଳାକାର ମଧ୍ୟ ହାତ ଛାଡି ଦେଇଥିଲେ । ତେବେ ଏସବୁ ଭିତରେ ପୁଣିଥରେ କପିଲଙ୍କୁ ଲାଗିଛି ଜବରଦସ୍ତ ଝଟକା । ସୋ’ରେ ବୁଆ ରୋଲ କରୁଥିବା ଉପାସନା ସିଂ କପିଲଙ୍କ ଶୋ’କୁ ଅଲବିଦା କରିଛନ୍ତି ।

ପୂର୍ବରୁ ଉପାସନା ମଝିରେ କିଛି ଦିନ ସୋ’ରୁ ନିଜକୁ ଦୂରେଇ ରଖିଥିଲେ । ତେବେ ଗତ କିଛିଦିନ ପୂର୍ବେ ଏକ ଏପିସୋଡରେ ସେ ପୁଣିଥରେ ନଜର ଆସିଥିଲେ । ସମସ୍ତେ ଭାବିଥିଲେ ବୁଆ ପୁଣି ଫେରି ଆସିଲେ । କିନ୍ତୁ ଗୋଟିଏ ଏପିସୋଡ ପରେ ସୋ’କୁ ବାୟ ବାୟ କରିଥିବାର ଚର୍ଚ୍ଚା ହେଉଛି । ସୋ ଛାଡିବା ସହ ଉପାସନା ସିଂ କପିଲଙ୍କ ବିରୋଧୀ କ୍ରିର୍ଷ୍ଣା ଅଭିଷେକଙ୍କ ‘ଦ ଡ୍ରାମା କମ୍ପାନି ’ରେ ଯୋଗ ଦେଇଥିବା ନେଇ ଚର୍ଚ୍ଚା ହେଉଛି । କ୍ରିର୍ଷ୍ଣାଙ୍କ ବନ୍ଧୁ ସୁଦେଶ ଲହରୀ ନିଜ ଇନଷ୍ଟାଗ୍ରାମ ପେଜରେ ଉପାସନାଙ୍କ ସହ ଏକ ଫଟୋ ସେୟାର କରିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି ।

ସୁନୀଲ ଗ୍ରୋଭର କପିଲଙ୍କ ହାତ ଛାଡିବା ପରେ ସୋ’ରେ ଏଣ୍ଟ୍ରି ମାରିଥିଲେ ଭାରତୀ ସିଂ । ତେବେ ସେ ମଧ୍ୟ ବେଶିଦିନ ସୋରେ ରହିନଥିଲେ । ମାତ୍ର ଅଳ୍ପ କୋତେଟି ଏପିସୋଡ ପରେ ବିଦାୟ ନେଇଥିଲେ ଭାରତୀ । ଏତିକିରେ କପିଲଙ୍କ ଶନିଦଶା ସରିନଥିଲା । ରିପୋର୍ଟ ଅନୁଯାୟୀ, କପିଲଙ୍କ ଖରାପ ବ୍ୟବହାର ଯୋଗୁଁ ସୋନି ଟିଭି ମଧ୍ୟ ତାଙ୍କୁ ଏକ ନୋଟିସ ପଠାଇଥିଲା । ତା’ଛଡା କିଛି ଦିନ ହେଲା କପିଲଙ୍କ ଦେହ ଅସୁସ୍ଥ ରହୁଛି । ବହୁତ ଡିପ୍ରେସନ ରହୁଛନ୍ତି କମେଡି କିଙ୍ଗ୍ । କପିଲ ଡ୍ରିପେସନରେ ଥିବା ଯୋଗୁଁ ଶାହାରୁଖ ଖାନ୍, ଅନୁଷ୍କା ଶର୍ମା, ଅର୍ଜୁନ କପୁର, ଅନୀଲ କପୁର ଓ ପରେଶ ରାୱଲଙ୍କ ସହ ସୁଟିଂ ବାତିଲ କରିଥିବାର ଖବର ସାମ୍ନାକୁ ଆସିଥିଲା ।

କପିଲ ଏବେ ଡିପ୍ରେସନରେ ଥିବା ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଏହାକୁ ସେ ନିଜେ ଖଣ୍ଡନ କରିଛନ୍ତି । କପିଲ କହିଛନ୍ତି ଲୋ ବ୍ଲଡ ପ୍ରେସର ଛଡା ଅନ୍ୟ କୌଣସି ସମସ୍ୟା ତାଙ୍କର ନାହିଁ । ତେଣୁ ଏବେ ଫିଟନେସ ପ୍ରତି ଅଧିକ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି ।