ଏଲଏସିରେ ମୃତୟନ ହେବ ଅତ୍ୟାଧୁନିକ ବାଲେଷ୍ଟିକ ମିସାଇଲ ପ୍ରଳୟ: ୧୫୦ରୁ ୫ଶହ କିଲୋମିଟର ଦୂରରୁ ଶତ୍ରୁଙ୍କୁ କରିପାରିବ ଟାର୍ଗେଟ

82

କନକ ବ୍ୟୁରୋ: ଖୁବଶୀଘ୍ର ଭାରତୀୟ ସେନାରେ ସାମିଲ ହେବ ପ୍ରଳୟ ମିସାଇଲ । ଚୀନ ସହ ଚାଲିଥିବା ବିବାଦ ଭିତରେ ଭାରତୀୟ ସେନା ଏଲଏସି ନିକଟରେ ପ୍ରଳୟ ବାଲିଷ୍ଟିକ ମିସାଇଲକୁ ମୁତୟନ କରିବାକୁ ଚାହୁଁଛି । ମୁଖ୍ୟତଃ ଚୀନ ସୀମାରେ ଭୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହାକୁ ମୁତୟନ କରିବାକୁ ଚାହୁଁଛି ସେନା । ଏହିପାଇଁ ଖୁବ୍ଶୀଘ୍ର କିଣିବାକୁ ଯାଉଛି ବାଲେଷ୍ଟିକ୍ ମିସାଇଲ ପ୍ରଳୟ । ଏହି ମିସାଇଲ ପ୍ରାୟ ୧୫୦ରୁ ୫୦୦ କିଲୋମିଟର ଯାଏଁ ଧ୍ୱଂସ କରିବାର କ୍ଷମତା ରଖିଛି । ଡିଆରଡିଓରୁ ପ୍ରଳୟ ମିସାଇଲ କିଣିବା ନେଇ ସେନାର ପ୍ରସ୍ତାବ ଶେଷ ପର୍ଯ୍ୟାୟରେ ପହଂଚିଛି । ଏଥିପାଇଁ ଚଳିତ ସପ୍ତାହରେ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯିବ ବୋଲି ଆଶା କରାଯାଉଛି ।