ବ୍ରହ୍ମପୁରରେ କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ଟିମ୍  । ସହରର ରାଜାରାଣୀ ବିଲ୍ଡର ମାଲିକ ଊମା ପାଣିଗ୍ରାହୀଙ୍କ ରିୟଲ୍ ଇଷ୍ଟେଟ୍ ଅଫିସରେ ଚଢାଉ । 

858

କନକ ବ୍ୟୁରୋ: ବ୍ରହ୍ମପୁରରେ କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ଟିମ୍  ।  ସହରର ଜଣାଶୁଣା ରାଜାରାଣୀ ବିଲଡର ମାଲିକ ଉମା ପାଣିଗ୍ରାହୀଙ୍କ ରିୟଲ୍ ଇଷ୍ଟେଟ୍ ଅଫିସରେ ଚଢାଉ ହୋଇଛି ।  ଡିଜିଜିଆଇ ତଥା ଡାଇରେକ୍ଟର ଜେନେରାଲ ଅଫ୍ ଗୁଡସ୍ ଏବଂ ସର୍ଭିସେସ୍ ଟ୍ୟାକ୍ସ ଇଣ୍ଟେଲିଜେନ୍ସର ଟିମ୍ ଏହି ଚଢାଉ କରିଛି । ସହରର କମାପଲ୍ଲୀ ସ୍ଥିତ ଅଫିସରେ ଏହି ଚଢାଉ କରିଛି ଟିମ୍ । ଦୀର୍ଘ ସମୟ ଧରି ଚାଲିଥିଲା ରେଡ୍ । ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ଏହି ଚଢାଉରେ ସାମିଲ ହୋଇଥିଲେ  । ତେବେ କେଉଁ କାରଣ ପାଇଁ ଏହି ଚଢାଉ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।