ମାର୍ଚ୍ଚ ସୁଦ୍ଧା ଦେଶରେ ଗଠନ ହେବ ସାଇବର ସୁରକ୍ଷା ଟାକ୍ସ ଫୋର୍ସ : ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସାଇବର ଫୋର୍ସ ଗଠନ କରିବାକୁ ନିଷ୍ପତ୍ତି

୨୦ ବଛା ବଛା ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିବା ସୂଚନା; ଟେଲିକମ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରିବ ଏହି ଫୋର୍ସ

82

କନକ ବ୍ୟୁରୋ : ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଗଠନ ହେବ ସାଇବର ସିକ୍ୟୁରିଟି ଟାକ୍ସ ଫୋର୍ସ । ଜାତୀୟ ସୁରକ୍ଷା ପ୍ରତି ବଢୁଥିବା ସାଇବର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଜାତୀୟ ସ୍ତରୀୟ ସାଇବର ସୁକ୍ୟୁରିଟି ଟାକ୍ସ ଫୋର୍ସ ଗଠନ କରାଯିବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପାଇଁ ଟେଲକମ ମନ୍ତ୍ରଣାଳୟ ଅଧିନରେ ଏକ ଶାଖା ଭାବେ ସାଇବର ସୁରକ୍ଷା ସେଲ ଖୋଲାଯିବା ନେଇ ସୂଚନା ମିଳିଛି ।

ଟେଲିକମ ବିଭାଗ ସାଇବର ସୁରକ୍ଷା ଉପରେ ଜ୍ଞାନ ଥିବା ଲୋକଙ୍କୁ ନେଇ ଅଭ୍ୟନ୍ତରୀଣ ଟାକ୍ସ ଫୋର୍ସର ବିକାଶ କରାଯିବ । ଏହି ଫୋର୍ସ ଗଠନ ପାଇଁ ୨୦ ବଛା ବଛା ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିବା ନେଇ ସୂଚନା ମିଳିଛି । ସାଇବର ସୁରକ୍ଷା ଉପରେ ଜ୍ଞାନ ରଖିଥିବା ଆଉ କିଛି ଅଧିକାରୀଙ୍କୁ ଏଥିରେ ଯୋଡିବା ପାଇଁ ଯୋଜନା ଚାଲିଛି । ଏବେ ଆଇଟି ମନ୍ତ୍ରଣଳାୟ ଅଧିନରେ ପରିଚାଳିତ ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍ ଏହି ସାଇବର ବିପଦ ଏବଂ ସମସ୍ୟା ଉପରେ କାର୍ଯ୍ୟ କରୁଛି ।