ସାରା ବିଶ୍ୱରେ ବ୍ୟାପୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା : ଛୁଟିଦିନ ମନାଇବା ପାଇଁ ବୁଷ୍ଟର ଡୋଜ ନେବାକୁ କହିଲା ଆମେରିକା

ୟୁକେରେ ଗତ ସପ୍ତାହ ଅପେକ୍ଷା ୫୧ .୯ ପ୍ରତିଶତ ସଂକ୍ରମଣ ବୃଦ୍ଧି; ସଂଖ୍ୟା ବଢିବାରୁ ନେଦରଲାଣ୍ଡରେ ତାଲାବନ୍ଦ

85

କନକ ବ୍ୟୁରୋ : ବିଦେଶରେ ଦୃତ ଗତିରେ ବ୍ୟାପୁଛି ଓମିକ୍ରନ୍ । ପ୍ରତିଦିନ ହଜାରେ ହଜାର ସଂଖ୍ୟାରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସାରା ବିଶ୍ୱକୁ ପୁଣି ଥରେ ଘାରିଛି କରୋନା ଭାଇରସ ଚିନ୍ତା । ୟୁକେରେ ରବିବାର ୮୨ ହଜାର ୮୮୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହ ତୁଳନାରେ ୟୁକେରେ ଚଳିତ ସପ୍ତାହରେ ୫୧ .୯ ପ୍ରତିଶତ ସଂକ୍ରମଣ ବଢିଥିବା ଦେଖିବାକୁ ମିଳିଛି । ସେହିପରି ୟୁଏସର ୨୦ରୁ ଅଧିକ ରାଜ୍ୟରେ ଓମିକ୍ରନ ସଂକ୍ରମଣ ଦେଖିବାକୁ ମିଳିଛି ।

ରବିବାର ହ୍ୱାଇଟ୍ ହାଉସର ମେଡିକାଲ ପରାମର୍ଶଦାତା ଆନ୍ଥୋନି ଫାଉସି କହିଛନ୍ତି, ଛୁଟିଦିନ କାଟିବାକୁ ଯାଉଥିବା ଲୋକଙ୍କୁ କରୋନାର ବୁଷ୍ଟର ଡୋଜ ନେବା ସହ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ଓମିକ୍ରନ ଏବେ ସାରା ବିଶ୍ୱରେ ବ୍ୟାପୁଥିବା ବେଳେ ଟିକା ନେଇଥିବା ଲୋକମାନଙ୍କ ପାଇଁ ମଧ୍ୟ କ୍ଷତି ପହଂଚାଇବ ବୋଲି ସେ କହିଛନ୍ତି । ଏପଟେ ସଂକ୍ରମଣ ବଢିବାରୁ ନେଦରଲ୍ୟାଣ୍ଡରେ ତାଲାବନ୍ଦ କରିଥିବା ବେଳେ ଆଗକୁ ଆହୁରି କଡ଼ାକଡ଼ି କରିବ ବୋଲି ଅନୁମାନ କରାଯାଉଛି । ଓମିକ୍ରନ ଦେଢ଼ରୁ ତିନି ଦିନରେ ଦୁଇ ଗୁଣ ସଂକ୍ରମଣ ବଢୁଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।