କିଏ ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ? ପୂର୍ବତନ ଅର୍ଥମନ୍ତ୍ରୀ ରିଷି ସୁନକ ଟୁଇଟ୍ କରି ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି କଲେ ଘୋଷଣା

218

କନକ ବ୍ୟୁରୋ : ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ବୋରିଶ ଜନସନ ଇସ୍ତଫା ଦେଇଛନ୍ତି । ଏହାପରେ କିଏ ହେବ ତାଙ୍କର ଉତରାଧିକାରୀ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥିତ୍ୱ ଘୋଷଣା କରିଛନ୍ତି । ରିଷି ଟୁଇଟ କରି ନିଜର ପ୍ରାର୍ଥୀତ୍ୱ ସଂପର୍କରେ ଘୋଷଣା କରିଛନ୍ତି । ଟୁଇଟରେ ସେ ଲେଖିଛନ୍ତି “କନଜରଭେଟିଭ ଦଳର ପରବର୍ତ୍ତୀ ନେତା ଓ ବ୍ରିଟେନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ଛିଡ଼ା ହେବେ ।

ତେଣୁ ସେ ଦେଶବାସୀଙ୍କୁ ତାଙ୍କ ଉପରେ ଭରସା ରଖିବା ସହିତ ଅର୍ଥନୀତିକୁ ଆଗକୁ ବଢାଇବା ଓ ଦେଶକୁ ଏକାଠି କରିବାକୁ ଆହ୍ୱାନ କରିଛନ୍ତି । ବୋରିଶ ସରକାରରେ ଋଷି ଥିଲେ ଅର୍ଥମନ୍ତ୍ରୀ । ସେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆସ୍ଥା ହରାଇ ଇସ୍ତଫା ଦେବା ପରେ ୪୦ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ରିଷି ସୁନକଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା । ପରେ ସେମାନେ ବ୍ରିଟେନରେ ବସବାସ କରିଥିଲେ । ରିଷିଙ୍କ ମା’ ଜଣେ ଫାର୍ମାସିଷ୍ଟ ଥିଲେ, ସେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବାରେ କାମ କରନ୍ତି । ତାଙ୍କ ବାପା ଅକ୍ସଫୋର୍ଡ୍ ଓ ଷ୍ଟାନଫୋର୍ଡ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଛନ୍ତି । ରିଷିଙ୍କ ଆଉ ଏକ ପରିଚୟ ହେଉଛି ସେ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ।