ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ୍ । ଋଷ ସହ ଲଢିବାକୁ ସହାୟତା ପାଇଁ ଦେଲେ ପ୍ରତିଶ୍ରୁତି

77

କନକ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦାମିର ଜେଲେନସ୍କିଙ୍କୁ ଭେଟିଛନ୍ତି ଇଂଲଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ । ଜେଲେନସ୍କିଙ୍କୁ ଭେଟି ୫୦୦ ନିୟୁତ ପାଉଣ୍ଡର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ସୁନକ । ଯାହା ୟୁକ୍ରେନକୁ ଋଷ ସହ ଲଢିବାକୁ ସହାୟକ ହେବ ବୋଲି କୁହାଯାଉଛି ।

ୟୁକ୍ରେନର ଖେରସେନ ଅଂଚଳରୁ ଋଷ ସେନା ପ୍ରତ୍ୟାହାର କରିବା ୟୁକ୍ରେନ ପାଇଁ ବଡ଼ ବିଜୟ କୁହାଯାଉଛି । ଏଭଳି ସ୍ଥିତିରେ ନାଟୋ ଦେଶଗୁଡିକ ୟୁକ୍ରେନ ଅଧିକ ଆର୍ଥିକ ଏବଂ ସାମରିକ ସହାୟତା ଯୋଗାଉଛନ୍ତି ।