ଚଳନ୍ତା ବାଇକରେ ଚାଳକକୁ କାମୁଡିଲା ନାଗ । ଗାଡିରେ ଲୁଚି ରହିଥିଲା ବିଷାକ୍ତ ନାଗ

590

କନକ ବ୍ୟୁରୋ: ଚଳନ୍ତା ବାଇକରେ, ବାଇକ ଆରୋହୀଙ୍କୁ କାମୁଡିଲା ନାଗ ସାପ । ପୁରୀ ଜିଲ୍ଲା ଡେଲାଙ୍କ ଅଂଚଳରେ ଘଟିଛି ଏହି ଘଟଣା । ତୁରନ୍ତ ବାଇକ ଆରୋହୀ ସୁକାନ୍ତ ସାମନ୍ତରାୟଙ୍କୁ ହସ୍ପିଟାଲ ନିଆଯାଇଥିବାରୁ ତାଙ୍କର ଜୀବନ ରକ୍ଷା ହୋଇପାରିଛି ।

ପୁରା ଘଟଣାଥିଲା ଏହିପରି । ପୁରୀର ଏକ ଫର୍ଣ୍ଣିଚର ଦୋକାନରୁ ବାଇକ ଧରି ସୁକାନ୍ତ ଘରକୁ ଖାଇବା ପାଇଁ ବାହାରିଥିଲେ । ଦୋକାନରୁ ଶହେ ମିଟର ଯିବା ପରେ ସୁକାନ୍ତ ଡାହାଣ ଗୋଡର ଗୋଇଠିରେ କଣ ଗୋଟେ କାମୁଡିଲା ଭଳି ଅନୁଭବ କରିଥିଲେ । ହେଲେ ଭ୍ରୁକ୍ଷେପ ନକରି ବାଇକରେ ଆଉ ଶହେ ମିଟର ଯିବା ପରେ ସମାନ ଜାଗାରେ କିଛି ଗୋଟେ ଜୋରର କାମୁଡିବା ଭଳି ଜଣାପଡିଥିଲେ । ସୁକାନ୍ତ ଚଳନ୍ତା ବାଇକରୁ ତଳକୁ ଅନେଇ ଦେଖିଲେ, ଗୋଡରୁ ରକ୍ତ ବାହାରୁଛି ଓ ବାଇକରେ ଏକ ନାଗ ସାପ ଫଣା ଟେକି ଠିଆ ହୋଇଛି । ସାପକୁ ଦେଖି ବିକଳରେ ବାଇକ ଛାଡି ଡେଇଁ ପଡିଥିଲେ ସୁକାନ୍ତ । ପାଖରେ ଥିବା ଲୋକେ ଧାଇଁ ଆସି ସୁକାନ୍ତକୁ ଉଠାଇ ଖୋଲା ସ୍ଥାନକୁ ନେଇଥିଲେ । ହେଲେ ସାପକୁ ଦେଖିବାକୁ ପରେ ମୋଟର ସାଇକେଲ ଉଠାଇବାକୁ କେହି ଯାଇନଥିଲେ । ସୁକାନ୍ତଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା ।

ଚିକିତ୍ସା ପରେ ସୁକାନ୍ତ ଏବେ ସୁସ୍ଥ ଥିବା ସୂଚନା ମିଳିଛି । ୍ସେପଟେ ଖବର ପାଇ ସ୍ନେକ ହେଲପ ଲାଇନର ସାଧାରଣ ସଂପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଂଚି ନାଗ ସାପକୁ ଉଦ୍ଧାର କରିଛନ୍ତି ।