ଚର୍ଚ୍ଚା ବଢ଼ାଇଲା ଆମେରିକାର ଗୁଇନ୍ଦା ରିପୋର୍ଟ । ଆଗକୁ ଭାରତ ଓ ଚୀନ୍ ଭିତରେ ବଢ଼ିପାରେ ତିକ୍ତତା, ନେଇପାରେ ଯୁଦ୍ଧର ରୂପ

105

କନକ ବ୍ୟୁରୋ: ଭାରତ ଓ ଚୀନ୍ ସମ୍ପର୍କକୁ ନେଇ ଆମେରିକା ଗୁଇନ୍ଦା ରିପୋର୍ଟ ବଡ଼ ଦାବି କରିଛି । ରିପୋର୍ଟରେ କୁହାଯାଇଛି ଯେ, ଆଗକୁ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ବଢ଼ିପାରେ ଆଉ ଏହା ଯୁଦ୍ଧର ରୂପ ନେଇପାରେ । ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାର କରିବାକୁ ପ୍ରୟାସ ଜାରି ରହିଛି । କିନ୍ତୁ ଏହାରି ଭିତରେ ୨୦୨୦ରେ ଦୁଇ ଦେଶ ମଧ୍ୟରେ ଯେଉଁ ହିଂସାତ୍ମକ ସୀମା ସଂଘର୍ଷ ହୋଇଥିଲା ତାପରେ ସ୍ଥିତି ଅଶାନ୍ତ ରହିବାରେ ଲାଗିଛି । ଏହା ଦଶନ୍ଧି ମଧ୍ୟରେ ସବୁଠାରୁ ଗୁରୁତର ବୋଲି ରିପୋର୍ଟରେ କୁହାଯାଇଛି । ତେବେ ଏହା ପରଠାରୁ ଉଭୟ ରାଷ୍ଟ୍ର ସୀମାରେ ସେନା ଠୁଳ କରିବାରେ ଲାଗିଛନ୍ତି । ତେବେ ଆଗକୁ ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢିବାର ଆଶଙ୍କା କରି ଆମେରିକା ଗୁଇନ୍ଦା ରିପୋର୍ଟରେ ଉଲ୍ଲେଖ ଅଛି ।

ହୋଇପାରେ ଭାରତ-ଚୀନ ଯୁଦ୍ଧ!

  • ଭାରତ-ଚୀନ୍ ସମ୍ପର୍କକୁ ନେଇ ଆମେରିକା ଗୁଇନ୍ଦା ରିପୋର୍ଟରେ ବଡ଼ ଦାବି
  • ଆଗକୁ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ବଢ଼ିପାରେ
  • ଏଲଏସି ବା ପ୍ରକୃତ ନିୟନ୍ତ୍ରଣ ରେଖାରେ ବଢ଼ିପାରେ ଉତ୍ତେଜନା
  • ଦୁଇ ଦେଶ ସୀମାରେ ସାମରିକ ସଂଘର୍ଷ ଘଟିପାରେ
  • ଦୁଇ ପରମାଣୁ ଅସ୍ତ୍ର ସମ୍ପନ୍ନ ଦେଶ ମଧ୍ୟରେ ବଡ଼ ସଂଘର୍ଷ ହୋଇପାରେ
  • ଭାରତ-ଚୀନ୍ ବିବାଦ ଯୁଦ୍ଧର ରୂପ ନେଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ
  • ୨୦୨୦ ଗଲୱାନ ସଂଘର୍ଷ ପରେ ସୀମାରେ ଅଶାନ୍ତ ପରିସ୍ଥିତି ଲାଗି ରହିଛି
  • ସୀମାରେ ସୈନ୍ୟ ଠୁଳ କରୁଛନ୍ତି ଦୁଇ ରାଷ୍ଟ୍ର
  • ମିଲିଟାରୀ ଭତିଭୂମି ସଦୃଢ କରୁଛନ୍ତି ଦୁଇ ରାଷ୍ଟ୍ର
  • ସୀମା ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ବୁଝାବଣା ଚାଲିଛି
  • ଚୀନ୍ ଉପରେ ଭରସା କରିପାରୁନି ଭାରତ
  • ଗତବର୍ଷ ଡିସେମ୍ବରରେ ଅରୁଣାଚଳ ତୱାଙ୍ଗରେ ବି ହୋଇଥିଲା ସଂଘର୍ଷ