ଗେଣ୍ଡୁଫୁଲ ଚାଷ କରି ଚର୍ଚ୍ଚାରେ ପିପିଲିର ଦୁଇ ଭାଇ: କଲିକତାରୁ ୩ଟି କିସମର ଗେଣ୍ଡୁ ଚାରା ଆଣି ଜମିରେ କରିଛନ୍ତି ରୋପଣ

267

କନକ ବ୍ୟୁରୋ: ଚର୍ଚ୍ଚାରେ ପିପିଲି ଅଂଚଳର ଉଚ୍ଚଶିକ୍ଷିତ ଗେଣ୍ଡୁଫୁଲ ଚାଷୀ । ଧାନ ଚାଷ ଉପଯୋଗୀ ହେଉନଥିବା ଜମିରେ କରିଛନ୍ତି ଗେଣ୍ଡୁଫୁଲ ଚାଷ । କଲିକତାରୁ ବିଭିନ୍ନ କିଶମର ଗେଣ୍ଡୁ ମଂଜି କିଣି ନିଜ ଜମିରେ କରିଛନ୍ତି ଚାଷ । ଆଉ ଏହାକୁ ସ୍ଥାନୀୟ ବଜାରରେ ବିକ୍ରି କରି ହେଉଛନ୍ତି ଲାଭବାନ । ରଙ୍ଗିଣି, ମାଣିକ ଚାନ୍ଦି, ମଣ୍ଡା ପ୍ରଜାତିର ଫୁଲ ଚାଷ କରିଛନ୍ତି ଦୁଇ ଭାଇ । ପୁରୀ, କଲିକତା, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱରକୁ ବିକ୍ରି ପାଇଁ ରପ୍ତାନୀ କରୁଛନ୍ତି । କିଲୋ ପ୍ରତି ୪୦ରୁ ୫୦ଟଙ୍କାରେ ବିକ୍ରି କରି ଲାଭବାନ ହେଉଛନ୍ତି ।

ଧାନ ଚାଷ ଅପେକ୍ଷା ଗେଣ୍ଡୁ ଚାଷରେ କମ୍ ପରିଶ୍ରମ କରିବାକୁ ପଡ଼ିଥାଏ । ଥରେ ଚାଷ କଲେ ୪ ମାସ ପର୍ଯ୍ୟନ୍ତ ରୋଜଗାର ଦେଇଥାଏ । ଏହା ଏକ ରୁତୁକାଳୀନ ଚାଷ ହୋଇଥିବା ବେଳେ ସ୍ଥାନୀୟ ବଜାରରେ ମଧ୍ୟ ଏହାର ଅଧିକ ଚାହିଦା ରହିଛି । ତେଣୁ ଏହି ଚାଷକୁ ଆପଣାଇ ଲାଭବାନ ହେଉଛନ୍ତି ଦୁଇଭାଇ । ଅନ୍ୟଚାଷୀ ମାନେ ମଧ୍ୟ ଏହି ଚାଷ କରିବା ପାଇଁ ମନ ବଳାଉଛନ୍ତି ।

ପର୍ବ ପର୍ବାଣୀ ହେଉ କିମ୍ବା ବିବାହ ବ୍ରତ ସବୁବେଳେ ଫୁଲର ଆବଶ୍ୟତା ପଡ଼ିଥାଏ । ତେଣୁ ଲୋକେ ଏହାକୁ କିଣିନେଇଥାଆନ୍ତି । ପାରମ୍ପାରିକ ଚାଷ ବଦଳରେ ଏହି ଚାଷରୁ ଭଲ ଲାଭ ମିଳୁଥିବାରୁ ଅନ୍ୟ ଚାଷୀଙ୍କ ପାଇଁ ଏହା ଏକ ଲାଭଜନକ ଚାଷ ବୋଲି କୁହାଯାଉଛି ।