ଟ୍ୱିଟର ଇଣ୍ଡିଆରୁ ହଟିଲେ ମନୀଷ ମାହେଶ୍ୱରୀ, ଆମେରିକାରେ ମିଳିଲା ବଡ ଦାୟିତ୍ୱ

148

କନକ ବ୍ୟୁରୋ : ଭାରତରେ ସୋସିଆଲ ମିଡିଆକୁ ନେଇ ଚାଲିଥିବା ବିବାଦ ଭିତରେ ଟ୍ୱିଟର ଇଣ୍ଡିଆ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଏବେ ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ ଆମେରିକା ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କୁ ଏକ ବଡ ଦାୟିତ୍ୱ ମିଳିଛି । ସେଠାରେ ସେ ରେଭିନ୍ୟୁ ଷ୍ଟାଟେଜୀ ଆଣ୍ଡ ଅପରେଶନର ସିନିୟର ଡାଇରେକ୍ଟର ସହ ନ୍ୟୁ ମାର୍କେଟ ଉପରେ ବି ଧ୍ୟାନ ଦେବେ । ସେଠାରେ ସେ ଗ୍ଲୋବାଲ ଷ୍ଟଡିଜ ଆଣ୍ଡ ଅପରେଶନର ସିନିୟର ଡାଇରେକ୍ଟର ଦେଇତ୍ରା ମାରାଙ୍କୁ ରିପୋର୍ଟ କରିବେ ।

ମନି କଣ୍ଟ୍ରୋଲ ତରଫରୁ ଏହି ନିଷ୍ପତ୍ତିକୁ ଘୋଷଣା କରିଥିବା ଇ-ମେଲର କପି ଉପରେ ସମୀକ୍ଷା କରି ପ୍ରଥମେ ଖବର ପ୍ରସାରଣ କରିଥିଲା । ଏହି ଇ-ମେଲରେ ଲେଖା ହୋଇଛି କି “ଆମର ଭାରତର ନିର୍ଦ୍ଦେଶକ ଥିବା ତଥା ଟ୍ୱିଟର ଇଣ୍ଡିଆର ମୁଖ୍ୟ ରହି ୨ ବର୍ଷରୁ ଅଧିକ ଟିମକୁ ସହାୟତା କରିଥିବା ମନୀଷ ଏବେ ସେନ ଫ୍ରାନ୍ସିକୋରେ ସିନିୟର ଡାଇରେକ୍ଟର, ରେଭିନ୍ୟୁ ଷ୍ଟଡିଜ ଆଣ୍ଡ ଅପରେଶନ ମୁଖ୍ୟ ଭାବେ କାର୍ଯ୍ୟ କରିବେ ”

ତାଙ୍କ ପରେ ଇ-ମେଲ ମୁତାବକ ଟ୍ୱିଟରର ବର୍ତମାନ ସେଲ୍ସ ହେଡ କନିକା ମିତ୍ତଲ ଓ ଟ୍ୱିଟର ଇଣ୍ଡିଆର ବ୍ୟବସାୟୀକ ମୁଖ୍ୟ ନେହା ଶର୍ମା କଥ୍ୟାଲ ମିଳିତ ଭାବେ ଲିଡ କରିବେ । ସେମାନେ ଜେଏପିଏସି/ଟ୍ୱିଟର ଜାପାନର ଉପସଭାପତି ୟୁ ସାସାମୋଟୋଙ୍କୁ ରିପୋର୍ଟ କରିବେ ।

ଟ୍ୱିଟରର ସିନିୟର କାର୍ଯ୍ୟନିର୍ବାହୀ ସାସାମୋଟୋ ଏହି ଖବରର ସୂଚନା ଦେଇ କହିଛନ୍ତି କି ୨ ବର୍ଷ ଧରି ଭାରତୀୟ ବ୍ୟବସାୟରେ ମନୀଷଙ୍କ ଭାଗିଦାରୀ ପାଇଁ ତାଙ୍କୁ ଧନ୍ୟବାଦ,