ଟ୍ୱିଙ୍କିଲ ଖାନ୍ନାଙ୍କ ଚାଞ୍ଚଲ୍ୟକର ବୟାନ! ଅକ୍ଷୟ ଓ ମୁଁ ଉଭୟେ ଉଭୟଙ୍କୁ ମାରିବା ପାଇଁ କରୁଛୁ ଉଦ୍ୟମ

33

ନିଜର ୧୬ତମ ବିବାହ ବାର୍ଷିକୀ ଉତ୍ସବ ଅବସରରେ ଟ୍ୱିଙ୍କିଲ ଖାନ୍ନା ନିଜ ଓ ଅକ୍ଷୟଙ୍କ ମଧ୍ୟରେ ଥିବା ଏକ ରାଜ ଉପରୁ ପରଦା ଉଠାଇଛନ୍ତି । ବିଗତ ୧୬ ବର୍ଷ ହେଲା ଉଭୟେ ଉଭୟଙ୍କୁ ମାରିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ଏଯାଏଁ ଏପରି ସମ୍ଭବ ହୋଇପାରି ନାହିଁ ବୋଲି ଟ୍ୱିଙ୍କିଲ ଖାନ୍ନା ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ଏକ ମଜାଳିଆ ଭିଡିଓ ମାଧ୍ୟମରେ ଟ୍ୱିଙ୍କିଲ ଶେୟାର କରି ଏପରି ଲେଖିଛନ୍ତି । ତାଙ୍କ ଘରର ରୋଷେଇ ଘରେ ଉଭୟେ ଉଭୟଙ୍କୁ ଦୁଇ ହାତରେ ମାରୁଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଛି ଏଇ ଭିଡିଓରେ ।

ବଲିଉଡର ଆକ୍ସନ ତାରକା ଅକ୍ଷୟ କୁମାର ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଟ୍ୱିଙ୍କିଲ ଖାନ୍ନା ନିକଟରେ ନିଜର ୧୬ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ବଲିଉଡ ଜଗତରେ ଅକ୍ଷୟ- ଟ୍ୱିଙ୍କିଲଙ୍କ ଯୋଡିଙ୍କୁ ବେଷ୍ଟ ଯୋଡିରୁ ଗୋଟିଏ ବୋଲି ପରିଗଣିତ କରାଯାଏ । ଉଭୟେ ନିଜ ପରିବାରକୁ ନେଇ ଖୁବ୍ ସଚେତନ। ନିଜ ନିଜ କାମରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ଜଣେ ଜଣକୁ ସମୟ ଦେବା ସହ ସେମାନଙ୍କ ପିଲାମାନଙ୍କୁ ଓ ଘର ପାଇଁ ମଧ୍ୟ ସମୟ ବାହାର କରିଥାଆନ୍ତି ।