କିଏ ଗଢ଼ିବ ତିନି ଉତ୍ତର-ପୂର୍ବ ରାଜ୍ୟରେ ସରକାର ? ସକାଳ ୮ଟାରୁ ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଭୋଟ୍ ଗଣତି

109

କନକ ବ୍ୟୁରୋ : କିଏ ଗଢ଼ିବ ତିନି ଉତ୍ତର-ପୂର୍ବ ରାଜ୍ୟରେ ସରକାର ? ଆଜି ଆସିବ ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ଫେବୃଆରୀ ୨୭ ତାରିଖରେ ମେଘାଳୟ ଓ ନାଗାଲାଣ୍ଡରେ ମତଦାନ ପରେ ଏଗଜିଟ୍ ପୋଲ ଆସିଥିଲା । ଏଗଜିଟ୍ ପୋଲ ଅନୁସାରେ, ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି କ୍ଷମତାରେ ରହିପାରେ । ତେବେ ମେଘାଳୟରେ କୌଣସି ଦଳକୁ ବହୁମତ ମିଳିନାହିଁ ।

ଫେବୃଆରୀ ୧୬ ତାରିଖରେ ତ୍ରିପୁରାରେ ମତଦାନ ହୋଇଥିଲା । ଏଠାରେ ପାଖାପାଖି ୯୦ ପ୍ରତିଶତ ଭୋଟିଂ ହୋଇଥିଲା । ୨୦୧୮ରେ ବିଜେପି ୨୫ ବର୍ଷର ବାମଦଳ ଶାସନର ପରିସମାପ୍ତି ଘଟାଇ ସରକାର ଗଠନ କରିଥିଲା । ବିଜେପି ଚଳିତଥର ୫୫ ଆସନରେ ଲଢ଼ିଥିବା ବେଳେ ବାମ ଦଳ ୪୭ ଆସନରେ ଲଢ଼ିଛି । ମେଘାଳୟରେ ପାଖାପାଖି ୮୫ ପ୍ରତିଶତ ଓ ନାଗାଲାଣ୍ଡରେ ପାଖାପାଖି ୭୬ ପ୍ରତିଶତ ଭୋଟିଂ ହୋଇଥିଲା ।