କନକ ବ୍ୟରୋ: ପଶ୍ଚିମବଙ୍ଗ ନଦୀୟାରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତ କର୍ମକର୍ତ୍ତା ହେଉଛନ୍ତି ହଜିବୁଲ ଶେଖ, ଯିଏ ନିକଟରେ ବିଜେପିରେ ସାମିଲ ହୋଇଥିଲେ । ସେ ବିଜେପିରେ ଯୋଗ ଦେଇଥିବାରୁ ରାଗ ରଖି ହତ୍ୟା କରାଯାଇଥିବା ଅଭିଯୋଗ କାରିଛନ୍ତି ପରିବାର ଲୋକେ । ପୋଲିସର କହିବା ଅନୁସାରେ , ଉଭୟ ଅଭିଯୁକ୍ତ ଓ ପୀଡିିତଙ୍କ ନାଁରେ ଅପରାଧିକ ମାମଲା ରହିଛି । ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିଲେ ବି ଏଯାଏଁ ଗିରଫ କରାଯାଇନଥିବା ଜଣାପଡିଛି ।
ବିଜେପି ନେତାଙ୍କୁ ଗୁଳି କରି ହତ୍ୟା । ନିକଟରେ ବିଜେପିରେ ହୋଇଥିଲେ ସାମିଲ ।
/kanak/media/post_attachments/wp-content/uploads/2024/06/fire.jpg)