ମାଲକାନଗିରି କାଲିମେଳାରେ ଡାକ୍ତରଙ୍କୁ ଅହପରଣ! ମାଓବାଦୀଙ୍କ ନାଁରେ ଛାଡିଛନ୍ତି ଚିଠି, ଶବ ବ୍ୟବଚ୍ଛେଦକୁ ନେଇ ଅପହରଣ ହୋଇଥିବା ସୂଚନା ।

355

କନକ ବ୍ୟୁରୋ : କାଲିମେଳାରେ ଡାକ୍ତରଙ୍କୁ ଅପହରଣ । ଗତକାଲି ରାତିରେ ଡାକ୍ତର ଅମ୍ଲାନ କୁମାର ଭୋଇଙ୍କୁ ଅପହରଣ କରି ନିଆଯାଇଛି । ଏକ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଅପହରଣ କରି ନିଆଯାଇଥିବା ସୂଚନା ମିଳିଛି । କାଳିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିଲେ ଅମ୍ଲାନ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅମ୍ଲାନ କୁମାରଙ୍କୁ ଅପହରଣ କରି ନିଆଯାଇଥିବା ବେଳେ ମାଓବାଦୀଙ୍କ ନାଁରେ ଚିଠି ଛଡାଯାଇଛି । ତେଣୁ ଡାକ୍ତର ଅମ୍ଲାନଙ୍କୁ ମାଓବାଦୀ ମାନେ ଅପହରଣ କରି ନେଇଥିବା କୁହାଯାଉଛି । ତେବେ ଏନେଇ ସବିଶେଷ ସୂଚନା ମିଳିପାରିନାହିଁ । ଅପହରଣ ପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି ।