ଜୟନାରାୟଣଙ୍କ ଆକଳନ । କହିଲେ ଧର୍ମେନ୍ଦ୍ର ପ୍ରଧାନ ୨ ଲକ୍ଷରୁ ଅଧିକ ଭୋଟରେ ଜିତିବେ, ଜନସମ୍ପର୍କ ବିଜେପିକୁ ଦେବ ବଡ ବିଜୟ ।

1,668

କନକ ବ୍ୟୁରୋ : ୨୦୨୪ ନିର୍ବାଚନକୁ ନେଇ ବୁଥ ବାହୁଡା ମତ ଆସିଥିବା ବେଳେ ବଡ ବୟାନ ରଖିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ଜାତୀୟ ଗଣମାଧ୍ୟମରେ ଦ୍ୱାରା ହୋଇଥିବା ଏଗଜିଟ୍ ପୋଲର ଆକଳନ ସତ ହେବ ବୋଲି କହିଛନ୍ତି ଜୟନାରାୟଣ । ଏହାସହ ସମ୍ବଲପୁରରେ ବିଜେଡି ଟଙ୍କାରେ ଖେଳିବାକୁ ଚାହିଁଲା ଏବଂ ବିଜେପି ଜନ ସମ୍ପର୍କ ଦ୍ୱାରା ଖେଳିଲା ବୋଲି କହିଛନ୍ତି ଜୟନାରାୟଣ । ବ୍ୟାପକ ଜନସମ୍ପର୍କ ବିଜେପିକୁ ବଡ ବିଜୟ ଭେଟି ଦେବ ବୋଲି କହିଛନ୍ତି ଜୟନାରାୟଣ ।

ଲୋକସଭାରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ୨ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହେବେ ବୋଲି କହିଛନ୍ତି ଜୟନାରାୟଣ । ଏହାସହ ବିଧାନସଭାରେ ଭଲ ମାର୍ଜିନରେ ବିଜୟୀ ହେବାକୁ ଦମ୍ଭୋକ୍ତି ଦେଖାଇଛନ୍ତି ଜୟନାରାୟଣ । ତେବେ ବିଜୟ ମାର୍ଜିନ କେତେ ରହିବ ସେନେଇ କୌଣସି ସ୍ପଷ୍ଟ ହିସାବ ଦେଇନାହାନ୍ତି ଜୟନାରାୟଣ । କିଛି ସ୍ଥାନକୁ ଛାଡିଦେଲେ ସମ୍ବଲପୁରର ଅଧିକାଂଶ ଆସନରେ ଲୋକେ ଆଦରରେ ଗ୍ରହଣ କରିଥିବା କହିଛନ୍ତି ଜୟନାରାୟଣ ।