ଗାଡି ଚାଳକ ସାବଧାନ! ଗାଡି ଚଲାଇବା ବେଳେ ମୋବାଇଲରେ କଥାହେଉଥିଲେ ଗାଡି, ମୋବାଇଲ ସବୁ ଛଡାଇନେବ ପୋଲିସ ।

ଖସି ପଳାଇଲେ ଗାଡି ଚକା ପଙ୍କଚର କରିବ ପୋଲିସ ।

908

କନକ ବ୍ୟୁରୋ: ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିଲେ ଏବେ ଗାଡ଼ି ଜବତ ହେବା ସହ ମୋବାଇଲ୍ ମଧ୍ୟ ହେବ ଜବତ । ଗାଡ଼ି କୋର୍ଟ ଚାଲାଣ କରିବା ସହ ମୋବାଇଲକୁ ଜବତ କରିବ ପୋଲିସ ।

ଚେକିଙ୍ଗ ସମୟରେ ପୋଲିସ ଉପରକୁ ଗାଡ଼ି ଚଢାଇ କେତେକ ଅମାନିଆ ଡ୍ରାଇଭର ଖସି ପଲାଉ ଥିବା ନଜିର ଆସିଛି । ସେମାନଙ୍କୁ ସାବାଡ କରିବା ପାଇଁ କମିସନରେଟ ପୋଲିସ ଏବେ ୩୦୭ ଦଫାରେ ମାମଲା ରୁଜୁ କରିବା ସହ ରାସ୍ତାରେ ସ୍ପାଇକ ବିଛାଇବା ପାଇଁ କରୁଛି ଯୋଜନା , ଯେଉଁଥିରେ ଖସି ପଳାଉଥିବା ଗାଡ଼ି ଚକା ହୋଇଯିବ ପଙ୍କଚର । ପୋଲିସ ଏଭଳି ଆକ୍ସନ ନେବ ବୋଲି କହିଛନ୍ତି ପୋଲିସ କମିଶନର ।