ନୂଆପଡାର ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କୁ ଦିଲ୍ଲୀରୁ ଡାକରା । ସ୍ୱାଧିନତା ଦିବସରେ ସ୍ୱତନ୍ତ୍ର ଅତିଥୀ ଭାବେ ହେବେ ସାମିଲ

268

କନକ ବ୍ୟୁରୋ : ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କୁ ଦିଲ୍ଲୀରୁ ଡାକରା । ସ୍ୱାଧିନତା ଦିବସରେ ହେବେ ସ୍ୱତନ୍ତ୍ର ଅତିଥି । ନୂଆପଡା ଜିଲ୍ଲା କୋମାନା ବ୍ଲକ ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଜନଜାତି ସଂପ୍ରଦାୟର ଯୁବ ଚାଷୀ ଯୁବରାଜ ଛତ୍ରିଆ ଓ ତାଙ୍କ ସ୍ତ୍ରୀ ଆସମତି ଛତ୍ରିଆଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ସ୍ୱାଧିନତା ଦିବସରେ ଆଦିମ ଜନଜାତୀ ସଂପ୍ରଦାୟରୁ ଅତିଥି ଭାବେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱତନ୍ତ୍ର ନିମନ୍ତ୍ରଣ ଆସିଛି । ଦିଲ୍ଲୀ ଗସ୍ତକୁ ନେଇ ଆଦିବାସୀ ଦଂପତି ବେଶ ଆନନ୍ଦିତ ହୋଇଛନ୍ତି । ସ୍ୱାଧିନତା ଦିବସ ସମାରୋହକୁ ଟିଭିରେ ଦେଖିଥିବା ଯୁବରାଜ ଏବେ ପାଖରେ ଦେଖିବାକୁ ପାଇବେ ବୋଲି ଖୁସି ବ୍ୟକ୍ତ କରିଛନ୍ତି । ତେବେ ସୁନାବେଡା ଅଭୟାରଣ୍ୟର ଅଧିଷ୍ଠାତ୍ରି ଦେବୀ ମା ସୁନାଦେଇଙ୍କ ଗଡବାସୀ ହୋଇଥିବାରୁ ଖାଲିପାଦରେ ଦିଲ୍ଲୀ ଯିବେ ବୋଲି କହିଛନ୍ତି ଯୁବରାଜ ଛତ୍ରିଆ । ସୁନାବେଡା ଅଭୟାରଣ୍ୟରେ ଚକୋଟିଆ ଭୁଞ୍ଜିଆ ଦମ୍ପତି ଦିଲ୍ଲୀ ଯିବା ଖବର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।