କଂଗ୍ରେସକୁ ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର । ଦିଲ୍ଲୀରେ ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା

106

କନକ ବ୍ୟୁରୋ : କଂଗ୍ରେସକୁ ଫେରିବେ ଗମାଙ୍ଗ ପରିବାର ଓ ଜୟରାମ ପାଙ୍ଗୀ । ଏ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ ଓ ଜୟରାମ ପାଙ୍ଗୀ ସଙ୍କେତ ଦେଇଛନ୍ତି । ଦିଲ୍ଲୀରେ ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ ଏ ନେଇ ଆଲୋଚନା କରିଛନ୍ତି ଶିଶିର ଗମାଙ୍ଗ । ୨୦୧୯ ନିର୍ବାଚନ ପୂର୍ବରୁ ଗିରିଧର ଗମାଙ୍ଗ ଓ ଶିଶର ଗମାଙ୍ଗ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ଏବେ କିଛି ଦିନ ତଳେ ବିଜେପି ଛାଡି ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତ, ବିଆରଏସରେ ମିଶିଥିଲେ । କିନ୍ତୁ ପୁଣି ସେମାନେ କଂଗ୍ରେସକୁ ଘରବାହୁଡା କରିବେ ବୋଲି ଜଣାପଡିଛି । ବିଜେପି ଛାଡି ବିଆରଏସରେ ମିଶିଥିବା ଜୟରାମ ପାଙ୍ଗୀ ବି କଂଗ୍ରେସରେ ମିଶିବେ ବୋଲି ସଙ୍କେତ ଦେଇଛନ୍ତି । ଜୟପୁର ବିଧାୟକ ତାରା ବାହିନୀପତି କହିଛନ୍ତି, ଗମାଙ୍ଗ ପରିବାର କଂଗ୍ରେସକୁ ଫେରିଲେ ଦଳ ମଜବୁତ ହେବ ।