ପୁରସ୍କାର ପାଇ ଦିଲ୍ଲୀରୁ ଫେରୁଛନ୍ତି ନବୀନ : ସ୍ୱାଗତ କରିବାକୁ ବିଜେଡିର ବଡ଼ ପ୍ରସ୍ତୁତି; ପାରମ୍ପରିକ ନୃତ୍ୟଗୀତରେ କମ୍ପୁଛି ପରିବେଶ

120

କନକ ବ୍ୟୁରୋ : ପୁରସ୍କାର ପାଇ ଦିଲ୍ଲୀରୁ ଭୁବନେଶ୍ୱର ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ଜୀବନବ୍ୟାପି ସାଧନା ସମ୍ମାନ ପାଇବା ପରେ ଓଡିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ତାଙ୍କ ଭବ୍ୟ ସ୍ୱାଗତ, ସମ୍ବର୍ଦ୍ଧନା ପାଇଁ ଜୋରଦାର ପ୍ରସ୍ତୁତି କରୁଛି ବିଜେଡି । ଏଥିପାଇଁ ସାରା ରାଜ୍ୟରୁ ୫୦ ହଜାର ଲୋକ ରାଜଧାନୀରେ ଏକଜୁଟ ହୋଇଛନ୍ତି । ଯାହାକୁ ନେଇ କମିଶନରେଟ୍ ପୋଲିସ ବି ପ୍ରସ୍ତୁତ ରହିଛି ।

ବିମାନବନ୍ଦରରେ ଜୋରଦାର ପ୍ରସ୍ତୁତି କରାଯାଇଛି । ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୫୦ ଜଣ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୨୦୧୯ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ପ୍ରଚାର ପାଇଁ ଯେଉଁ ବସର ବ୍ୟବସ୍ଥା କରାଯାଇଥିଲା ସେହି ବସରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରୁ ନବୀନ ନିବାସ ଯିବେ । ମଝିରେ ବିଜୁବାବୁଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ବି ଦେବେ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଥିବାରୁ ସେହି ସମୟରେ ବିମାନବନ୍ଦରକୁ ଆସୁଥିବା ଯାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖନୀ ନହୁଅନ୍ତି, ତାହା ଉପରେ ପୁଲିସ ବେଶି ଗୁରୁତ୍ୱ ଦେଇଛି । ଅନ୍ୟପଟେ ସହରରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି ।