ଦିଲ୍ଲୀ ମଦ ଦୁର୍ନୀତି ମାମଲା : ଆକ୍ସନରେ ଇଡି, ଏକକାଳୀନ ୩୦ରୁ ଅଧିକ ସ୍ଥାନରେ ଚଢଉ; ମନିଷ ସିସୋଦିଆ କହିଲେ ସିବିଆଇ ପରେ ଇଡିକୁ ବି କିଛି ମିଳିବନି

79

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲା । ମଙ୍ଗଳବାର ୩୦ରୁ ଅଧିକ ସ୍ଥାନରେ ଇଡ଼ିର ରେଡ୍ ଜାରି ରହିଛିି । ଗୁରୁଗ୍ରାମରୁ ନେଇ ହାଇଦ୍ରାବାଦ, ଲକ୍ଷ୍ନୌ ଓ ମୁମ୍ବାଇ ଆଦି ସ୍ଥାନରେ ବି ଚଢାଉ ଜାରି ରଖିଛି ଇଡ଼ି । ତେବେ ଇଡ ରେଡ୍ ଘଟଣାରେ ମନିଷ ସିସୋଦିଆ କହିଛନ୍ତି, ପ୍ରଥମେ ସିବିଆଇ ରେଡ୍ କଲା ଖାଲି ହାତରେ ଫେରିଲା । ଆଉ ଏବେ ଇଡି ରେଡ୍ କରୁଛି ତାଙ୍କୁ ମଧ୍ୟ କିଛି ମିଳିବନି ।

ଇଡ଼ି ପକ୍ଷରୁ ଇଣ୍ଡୋସ୍ପରିଟ୍ସର ଏମଡ଼ି ସମୀର ମହେନ୍ଦ୍ରଙ୍କ ଘରେ ଇଡ଼ି ପକ୍ଷରୁ ଚଢାଉ ହୋଇଛି । ରାଧା ଇଣ୍ଡିଷ୍ଟ୍ରୀକୁ ୧କୋଟି ଟଙ୍କା ଟ୍ରାନ୍ସଫର କରି ସିବିଆଇ ସ୍କାନରକୁ ଚାଲିଆସିଥିଲେ ସମୀର । ମଙ୍ଗଳବାର ସକାଳୁ ସମୀରଙ୍କ ଘରେ ପଶି ଇଡ଼ି ତନାଘନା କରିବା ସହିତ ଜଣଙ୍କୁ ଉଠାଇ ନେଇଥିଲେ । ଦିଲ୍ଲୀରେ ମଦ ନୀତିକୁ ନେଇ ବିଜେପି ଓ ଆପ୍ ମଧ୍ୟରେ ଦିନକୁ ଦିନ ବିବାଦ ଅଧିକ ତେଜିବାରେ ଲାଗିଛି । ଗୋଟିଏ ପଟେ ନୂଆ ମଦ ନୀତିରେ ଆପ୍ ବହୁ ଟଙ୍କା ରୋଜଗାର କରିଥିବା ବିଜେପି କହୁଥିବା ବେଳେ ଏହା ଭିତ୍ତିହୀନ ବୋଲି କହିଛି ଆପ୍ ।