ସଲମାନ-କାଟ୍ରିନାଙ୍କ ସିନେମା‘ଟାଇଗର ଜିନ୍ଦା ହୈ’ର ବଢୁଛି କ୍ରେଜ୍ ! ନୂଆ ଗୀତ ରିଲିଜ୍ ହେଉ ହେଉ ଦେଖିଲେଣି ଅଢେଇ କୋଟି ଦର୍ଶକ

33

ସଲମାନ ଖାନ ଓ କାଟ୍ରିନା କୈଫଙ୍କ ବହୁ ପ୍ରତିକ୍ଷିତ ସିନେମା ‘ଟାଇଗର ଜିନ୍ଦା ହୈ’ର ନୂଆ ରୋମାଂଟିକ ଗୀତ ରିଲିଜ୍ ହୋଇଛି । ଦିଲ୍ ଦିଆ ଗଲ୍ଲାଁ .. ଗୀତଟିରେ ଉଭୟଙ୍କ ପ୍ରେମ କାହାଣୀର ଝଲକ ରହିଛି । ଏହି ଗୀତରେ ସଲମାନ ନିଜ ପ୍ରେମକୁ ପ୍ରକାଶ କରୁଥିବା ଦେଖାଦେଇଛି ।

ଏହି ଗୀତ ୟୁଟ୍ୟୁବରେ ରିଲିଜ୍ ହେବାର ମାତ୍ର ସାତ ଘଂଟାରେ ୨କୋଟି ୭୦ ଲକ୍ଷ ଦର୍ଶକ ଦେଖିଛନ୍ତି । ପ୍ରଥମ ଘଂଟାକ ମଧ୍ୟରେ ଗୀତକୁ ୪ ଲକ୍ଷ ୮୯ ହଜାର ଦର୍ଶକ ଦେଖିଥିଲେ । ବିଗ୍ ବସ ୧୧ ସୋ ଅବସରରେ ସଲମାନ ଖାନଙ୍କ ସହ ଗୀତଟିକୁ ରିଲିଜେ କରିଛନ୍ତି କାଟ୍ରିନା । ଏହା ସହ ଏହି ଗୀତ ତାଙ୍କର ବହୁତ ପସନ୍ଦ ବୋଲି ସେ କହିଛନ୍ତି । ଆସନ୍ତା ୨୨ ତାରିଖରେ ସିନେମାଟି ରିଲିଜ୍ ହେବାକୁ ଯାଉଛି ।