ଭୁବନେଶ୍ୱରରେ ଘଡଘଡି ସହ ବର୍ଷା ଆରମ୍ଭ: ପ୍ରବଳ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି

632

କନକ ବ୍ୟୁରୋ: ଭୁବନେଶ୍ୱରରେ ଘଡଘଡି ସହ ବର୍ଷା ଆରମ୍ଭ । ପ୍ରବଳ ଗରମ ଓ ଗୁଳୁଗୁଳିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ଗତ କାଲି ମଧ୍ୟ ରାଜଧାନୀରେ ପବନ ବର୍ଷା ଦେଖିବାକୁ ମିଳିଥିଲା । ତେବେ ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଜାରି ରହିଛି । ଅସହ୍ୟ ଗରମରେ ଆଉଟପାଉଟ ହେଉଛନ୍ତି ଲୋକେ । ଏହାରି ମଧ୍ୟରେ ବର୍ଷା ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରୁଛି ।