ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ୩ ଆହତ : ଏଟିଏମରେ ଟଙ୍କା ଜମା କରିବାକୁ ଆସିଥିବା ବେଳେ ଅଘଟଣ

1,065

କନକ ବ୍ୟୁରୋ : ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ୩ ଆହତ । ଏଟିଏମରେ ଟଙ୍କା ଜମା କରିବାକୁ ଆସିଥିବା ବେଳେ ଅଘଟଣ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ସାପ୍ତାହିକ ବଜାର ନିକଟ ଆଇସିଆଇସିଆଇ ବ୍ୟାଙ୍କ ଏଟିଏମ୍ ଠାରେ ଅଘଟଣ । ଟଙ୍କା ଭର୍ତ୍ତି ବାକ୍ସ ଓହ୍ଲାଇଲା ବେଳେ ଫୁଟିଲା ବନ୍ଧୁକ । ଜଣେ ମହିଳା ସମେତ ୩ ଗୁରୁତର ହୋଇଛନ୍ତି । ଆହତ ତିନି ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ସୂଚନାନୁସାରେ, ସିଏମଏସ ଗାଡ଼ିରେ ଏଟିଏମରେ ଟଙ୍କା ଭର୍ତ୍ତି କରିବା ପାଇଁ ଆସିଥିବା ବେଳେ ବ୍ୟାଙ୍କ ନିକଟରେ ଗାଡିରୁ ଓହ୍ଲାଉଥିବା ବେଳେ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଅସାବଧାନତା କାରଣରୁ ଗୁଳି ଫୁଟିଥିଲା । ପାଖରେ ଛିଡା ହୋଇଥିବା ୩ ଜଣ ଗୁରୁତର ହୋଇଛନ୍ତି । ସେମାନେ ହେଲେ ଦିଲୱାର ଗଞ୍ଜର ବାସିନ୍ଦା ମହମ୍ମଦ ଇଲିଆସ, ଜାମ୍ପପାଲିର ବାସିନ୍ଦା ସୀତା ଲାକ୍ରା, ଶାନ୍ତି ନଗରର ଅନୁରାସ ତନ୍ତୀ  । ସମସ୍ତଙ୍କ ଅଵସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ଚିକିତ୍ସାଳୟକୁ ନେଇ ସ୍ଥାନାନ୍ତରିତ କରାଯାଇଛି । ସୁରକ୍ଷାକର୍ମୀଙ୍କୁ ସ୍ଥାନୀୟ ବାସିନ୍ଦାମାନେ କାବୁ କରି ପୋଲିସର ଜିମା ଦେଇଛନ୍ତି । ଘଟଣାସ୍ଥଳରେ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।