ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ । ରାତି ଉଜାଗର ରହି ଧାନକୁ ଜଗିଛନ୍ତି ଚାଷୀ ।

133

କନକ ବ୍ୟୁରୋ: ମଣ୍ଡିକୁ ଆସୁନାହାଁନ୍ତି ମିଲର, ଖୋଲା ଆକାଶ ତଳେ ପଡି ରହିଛି ହଜାର ହଜାର ବସ୍ତା ଧାନ । ରାତି ଉଜାଗର ରହି ଅମଳ ଧାନକୁ ଜଗିଛନ୍ତି ଚାଷୀ । ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ବକ୍ସମା ମଣ୍ଡିରୁ ଆସିଛି ଏଭଳି ଖବର । ସ୍ଥାନୀୟ ଅଞ୍ଚଳର ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲେ ବି ମଣ୍ଡିକୁ ମିଲର ଆସୁନାହାଁନ୍ତି । ଫଳରେ ମଣ୍ଡିରେ ଧାନ ବସ୍ତା ପଡିରହିଥିବା ବେଳେ ରାତି ସମୟରେ ଚାଷୀ ମାନେ ଅମଳ ଧାନକୁ ଜଗି ରହୁଥିବା ଦେଖିବାକୁ ମିଳିଛି ।