ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର ସର୍ଭର ଡାଉନ୍ । କିଛି ବି ପୋଷ୍ଟ କରିପାରୁନାହାଁନ୍ତି ୟୁଜର୍ସ ।

94

କନକ ବ୍ୟୁରୋ: ଡାଉନ୍ ହେଲା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର ସର୍ଭର । ଗୁରୁବାର ଦ୍ୱିପହର ସମୟରୁ ହଠାତ୍ ‘ଏକ୍ସ’ର ସର୍ଭର ଡାଉନ୍ ରହିଛି । ଯାହାଫଳରେ ୟୁଜର୍ସମାନେ ଅନେକ ଅସୁବିଧାର ସାମ୍ନା ହେବା ସହିତ ଏନେଇ ଅଭିଯୋଗ ମଧ୍ୟ କରୁଛନ୍ତି । ଏପରିକି ‘ଏକ୍ସ’ରେ ଟ୍ୱିଟର ଡାଉନ୍ ବୋଲି ଟ୍ରେଣ୍ଡ ହେବାରେ ମଧ୍ୟ ଲାଗିଛି । ସର୍ଭର ଡାଉନ୍ ହେବା କାରଣରୁ ୟୁଜର୍ସମାନେ ‘ଏକ୍ସ’ରେ ପୋଷ୍ଟ ସେୟାର କରିପାରୁନାହାଁନ୍ତି । ‘ଏକ୍ସ’ ଖୋଲିଲେ କେବଳ ‘ୱେଲକମ୍ ଟୁ ଏକ୍ସ’ ଲେଖା ହେଇଥିବା ନଜର ଆସୁଛି । ଉଭୟ ଫୋନ୍ ଏବଂ ୱେବରେ ୟୁଜର୍ସମାନେ ଏହି ଅସୁବିଧାର ସାମ୍ନା କରୁଛନ୍ତି । ତେବେ ସୂଚନା ମୁତାବକ, ପ୍ରାୟ ୪୭ ହଜାରରୁ ଅଧିକ ଆମେରିକୀୟ ୟୁଜର୍ସ ଏନେଇ ଅଭିଯୋଗ କରିସାରିଛନ୍ତି ।