ଗୁହାଳ ପାଇଁ ହେଉଥିଲା ପିସି କାରବାର। ବିଲ୍ ପାସ କରାଇଦେବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇଥିଲେ ଯନ୍ତ୍ରୀ।

94

କନକ ବ୍ୟୁରୋ: ଗୁହାଳ ପାଇଁ ହେଉଥିଲା ପିସି କାରବାର । ଗୁହାଳ ବିଲ କରାଇ ଦେବାକୁ କହି ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବିଭାଗୀୟ ଯନ୍ତ୍ରୀ । ଗଞ୍ଜାମ ବେଗୁନିଆପଡ଼ା ବ୍ଳକର ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଆଜି ଧରାପଡିଛନ୍ତି । ବେଗୁନିଆପଡ଼ା ବୁରୁଝୁରୀ ପଞ୍ଚାୟତ ଦାୟିତ୍ୱରେ ଥିବା ବେଳେ ଆଦର୍ଶ ଗାଈ ଗୁହାଳ ବିଲ୍ ପାସ୍ କରାଇବାକୁ ଟଙ୍କା ମାଗିଥିଲେ । ଏହାକୁ ନେଇ ହିତାଧିକାରୀ ଜଣଙ୍କ ବ୍ରହ୍ମପୁର ଭିଜିଲାନ୍ସ ଅଫିସରେ ଅବଗତ କରାଇଥିଲେ । ତେବେ ଯୋଜାନା ମୁତାବକ ଆଜି ଯନ୍ତ୍ରୀ ଜଣଙ୍କ ହିତାଧିକାରୀଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଛି । ଏନେଇ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକଙ୍କୁ ପଚରାଉଚୁରା କରାଯାଉଥିବା ବେଳେ ଅଧିକ ଖୋଳତାଡ ଜାରି ରହିଛି ।