ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମହିଳା ଗୁରୁତର । ରୋଷେଇ କରୁଥିବା ବେଳେ ମହିଳାଙ୍କୁ ଗୁଳି କଲେ ଦୁର୍ବୃତ୍ତ

83

କନକ ବ୍ୟୁରୋ : ଅଜଣା ଦୁବୃର୍ତଙ୍କ ଗୁଳିମାଡ଼ରେ ମହିଳା ଗୁରୁତର । ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦେବଗଡ଼ ଜିଲ୍ଲା ବାରକୋଟ ଥାନା କଦୋଗୁଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁବୃର୍ତଙ୍କ ଗୁଳିମାଡ଼ରେ ରାଜେଶ ମହନ୍ତଙ୍କ ପତ୍ନୀ ରୁକ୍ମଣୀ ମହନ୍ତ ଆହତ ହୋଇଛନ୍ତି ।

ଘର ଭିତରେ ରୋଷେଇ କରୁଥିବା ବେଳେ କେହି ଜଣେ ଦୁବୃର୍ତ ଘର ଭିତରକୁ ଆସି ରୁକ୍ମଣୀ ଉପରକୁ ହଠାତ ଗୁଳିମାଡ଼ କରିଥିଲା । ରୁକ୍ମଣୀଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି । ଘଟଣାର ତଦନ୍ତ କରୁଛି ବାରକୋଟ ଥାନା ପୋଲିସ ।