ଇନଭେଷ୍ଟର୍ସ ମିଟକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବୟାନ କହିଲେ, ସ୍ୱାଗତଯୋଗ୍ୟ ପଦକ୍ଷେପ ।

103

କନକ ବ୍ୟୁରୋ: ମୁମ୍ବାଇରେ ନିବେଶକଙ୍କ ସହ ନବୀନ ଗତକାଲି ମାରାଥନ ବୈଠକ କରିଥିଲେ । କିଭଳି ଓଡିଶାରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ହୋଇପାରିବ, ସେନେଇ ଉଦ୍ୟମ କରିଛନ୍ତି । କିନ୍ତୁ ଏହାକୁ ନେଇ ବିଜେପିର ଦୁଇ ମନ୍ତବ୍ୟକୁ ସାମ୍ନାକୁ ଆସିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇନଭେଷ୍ଟର୍ସ ମିଟକୁ ନେଇ କହିଛନ୍ତି, ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଆଗକୁ ଓଡିଶାରେ ଅଧିକ ପୁଞ୍ଜି ନିବେଶ ହେବ । ସେପଟେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।