ଦଳୀୟ କର୍ମୀଙ୍କୁ ନେଇ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କଲେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ: ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଭ୍ୟୁ ମିଟିଂ ବେଳେ ଉପସ୍ଥିତ ନଥିଲେ ସ୍ଥାନୀୟ ବିଧାୟକ

79

କନକ ବ୍ୟୁରୋ: ନୟାଗଡରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଯାର୍ଦୋଷ । ମନ୍ତ୍ରୀ ସହରର ନୀଳମାଧବ କଲ୍ୟାଣମଣ୍ଡପ ଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଛନ୍ତିିିି । ନୟାଗଡ ଜିଲ୍ଲାରେ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ନେଇ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ତେବେ ମନ୍ତ୍ରୀଙ୍କ ସରକାରୀ ରଭ୍ୟୁ କରିବା ବେଳେ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ବିଧାୟକ ନଥିଲେ । ସ୍ଥାନୀୟ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଅନେକ ପ୍ରଶ୍ନ ଉଠିଛି । ବିଗତ ଦିନରେ ମଧ୍ୟ କେନ୍ଦ୍ରମନ୍ତ୍ରୀମାନେ ଆସି ସ୍ଥାନୀୟ ବିଧାୟକଙ୍କୁ ନଡାକିବା ଓ ଦଳୀୟ କର୍ମକର୍ତାଙ୍କୁ ନେଇ ବୈଠକ କରିଥିବାରୁ ପ୍ରତିବାଦ କରିଥିଲେ ନୟାଗଡର ବିଧାୟକମାନେ । ୨୦୨୨ରେ ବିଧାୟକମାନେ ବିରୋଧ କରିଥିବା ବେଳେ ଏବେ ପୁଣି ସେହି ଘଟଣା ଘଟିଛି । କେନ୍ଦ୍ରମନ୍ତ୍ରୀ ଆସିଲେ ଏବଂ ଦଳୀୟ ନେତାଙ୍କୁ ନେଇ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କଲେ । କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଯାର୍ଦୋଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିବା ସମୟରେ ବିଜେପି ନେତ୍ରୀ ଇରାନୀ ରାୟ, ପ୍ରତ୍ୟୁଷା ରାଜେଶ୍ୱରୀ, ସୁରମା ପାଢୀ, ସମ୍ବିତ ପାତ୍ର ଉପସ୍ଥିତ ରହିଥିଲେ ।