ତାତି କରୁଛି କଲବଲ । ୧୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

387

କନକ ବ୍ୟୁରୋ: ତାତି କରୁଛି କଲବଲ । ଆଜି ରାଜ୍ୟରେ ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହେଇଛି । ୪୨.୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ବୌଦ୍ଧରେ ୪୨ ଡିଗ୍ରୀ, ନୂଆପଡାରେ ୪୧. ୬, ଭୁବନେଶ୍ୱର, ଭବାନୀପାଟଣା, ସୁନ୍ଦରଗଡରେ ୪୧ ଡିଗ୍ରୀ, ପାରଳାଖେମୁଣ୍ଡି, ଅନୁଗୁଳ ଓ ଢେଙ୍କାନାଳରେ ୪୦.୭, ଏବଂ ଖୋର୍ଦ୍ଧାରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେପଟେ ଆହୁରି ୩ ଦିନ ଲାଗିରହିବ ଗ୍ରୀଷ୍ମ ପ୍ରବାହ ଲାଗିରହିବ । ଉପକୂଳରେ ପ୍ରଚଣ୍ଡ ଗୁଳୁଗୁଳି ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ୧୯ ତାରିଖଠାରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଳକନ କରାଯାଇଛି । ଓଡ଼ିଶାରେ ୪ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିଲେ ବି ପାଗ ଅନୁକୂଳ ନ ହେବାରୁ ଏହା ଆଗକୁ ଅଗ୍ରସର ହୋଇପାରି ନାହିଁ । ଏପର୍ଯ୍ୟନ୍ତ ରାଜ୍ୟରେ ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ରାଜ୍ୟର ୪ଟି ଜିଲ୍ଲାରେ ସ୍ୱାଭାବିକ ଏବଂ ଗୋଟିଏ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ତେବେ ଆଗାମୀ ୪ ଦିନ ମୌସୁମୀ ଅଗ୍ରସର ନେଇ ସ୍ଥିତି ଅନୁକୁଳ ଥିବା କହିଛନ୍ତି ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।