ଭାରତ ପ୍ରତି ବନ୍ଧୁତ୍ୱପୁର୍ଣ୍ଣ ସ୍ୱଭାବ ଦେଖାଇଲା ତାଲିବାନ: ଆଫଗାନିସ୍ତାନରେ ଫସିଥିବା କିଛି ଭାରତୀୟଙ୍କୁ ପଠାଇଲା ଭାରତ

311

କନକ ବ୍ୟୁରୋ: ତାଲିବାନୀ ଦେଖାଇଲେ ଭାରତ ପ୍ରତି ବନ୍ଧୁତ୍ୱପୁର୍ଣ୍ଣ ଭାବନା । ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟ ଜରିଆରେ ଆଫଗାନୀ ଶିଖଙ୍କୁ ଭାରତକୁ ପଠାଇଲେ ତାଲିବାନୀ ସରକାର । ଗତ ଅଗଷ୍ଟ ମାସରେ ତାଲିବାନୀ ଶାସନର ବର୍ବରତାରେ ଅତିଷ୍ଟ ହୋଇ ଆଫଗାନିସ୍ତାନ ଛାଡିବାକୁ ନିଷ୍ପତି ନେଇଥିଲେ ଅନେକ ଆଫଗାନୀ ବାସିନ୍ଦା । ଏମାନଙ୍କ ମଧ୍ୟରେ କିଛି ଆଫଗାନୀ ନାଗରିକଙ୍କ ସହ ଆଫଗାନୀ ଶିଖ୍ ଥିଲେ ଯେଉଁମାନେ ଭାରତ କୁ ଫେରିବାକୁ ଚାହୁଥିଲେ ।

ଆଫଗାନିସ୍ତାନରେ ତାଲିବାନ ସତାକୁ ଆସିବାପରେ ପ୍ରଥମ ଥର ପାଇଁ ଭାରତ ସହ ବନ୍ଧୁତ୍ୱପୁର୍ଣ ସ୍ୱଭାବ ଦେଖାଇଛି । ଭାରତ ଫେରିବାକୁ ଚାହୁଁଥିବା ଆଫଗାନୀ ନାଗରିକଙ୍କୁ ଭାରତ ଫେରିବାର ବାଟ ଖୋଲିଛି ତାଲିବାନ । ଶୁକ୍ରବାର କାବୁଲରୁ ସ୍ୱତନ୍ତ୍ର ବିମାନ ଜରିଆରେ କିଛି ଆଫଗାନୀ ଶିଖ୍ ନାଗରିକ ଭାରତ ଫେରିଛନ୍ତି । ସମସ୍ତ ନାଗରିକ ସୁରକ୍ଷିତ ଭାବରେ ଦିଲ୍ଲୀ ବିମାନବନ୍ଦରରେ ପହଂଚିଛନ୍ତି । ୧୦୪ ଜଣଙ୍କୁ ନେଇ ଏକ ସ୍ୱତନ୍ତ୍ର ଚାଟାର୍ଡ ବିମାନ କାବୁଲ ଏୟାରପୋର୍ଟରୁ ପଠାଇଛି ଆଫଗାନିସ୍ତାନ ର ନୁଆ ସରକାର । ଏମାନଙ୍କ ମଧ୍ୟରେ ୯୪ ଜଣ ଆଫଗାନୀ ଶିଖ୍ ଓ ହିନ୍ଦୁ ସମ୍ପ୍ରଦାୟର ହୋଇଥିବାବେଳେ ୧୦ ଜଣ ଭାରତୀୟ ମଧ୍ୟ ଅଛନ୍ତି । ନିଜ ସହ ଏକ ସ୍ୱତନ୍ତ୍ର ଗୁରୁ ଗ୍ରନ୍ଥ ନେଇ ଆସିଛନ୍ତି ଆଫଗାନି ଶିଖ୍ ନାଗରୀକ । ଆଉ ଦିଲ୍ଲୀରେ ପହଁଚିବା ପରେ ଏହି ଗୁରୁ ଗ୍ରନ୍ଥକୁ ନିଜ ମୁଣ୍ଡରେ ରଖି ଏୟାରପୋର୍ଟରୁ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଉ ଭାରତ ପହଁଚିବା ପରେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କାବୁଲରେ ଫଶିଥିବା ଭାରତୀୟ ।

ଆମେରିକା ନିଜର ସେନାକୁ ଆଫଗାନିସ୍ତାନରୁ ପ୍ରତ୍ୟାହାର କରିବା ପରେ ତାଲିବାନ ପୁରା ଆଫଗାନିସ୍ତାନକୁ ନିଜ ଅକ୍ତିଆର କରିଥିଲା । ଯାହାପରେ ତାଲିବାନିଙ୍କ ସରିଆ ଆଇନ ଦେଶରେ ଲାଗୁ ହୋଇଛି । ଅଜବ ଆଇନ କାନୁନକୁ ସହିବା କଷ୍ଟକର ହୋଇଥିବାରୁ ଦେଶଛାଡିବାକୁ ଚାହିଁଥିଲେ ଅନେକ ଆଫଗାନୀ ହିନ୍ଦୁ । ସଂଖ୍ୟାଲଘୁ କାରଣରୁ ଅନେକ ଅସୁବିଧା ସାମନା କରିବାକୁ ପଡୁଥିଲା ଏମାନଙ୍କୁ । ତେବେ ଭାରତ ପକ୍ଷରୁ ସ୍ୱତନ୍ତ୍ର ବିମାନ ପଠାଯାଇ ପୂର୍ବରୁ ଆଫଗାନିସ୍ତାନରୁ ୬୦୦ ଭାରତୀୟ ଓ ଆଫଗାନୀ ନାଗରିକଙ୍କୁ ଉଦ୍ଧାର ମଧ୍ୟ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଆଫଗାନୀ ଶିଖ୍ ଓ ହିନ୍ଦୁ ଙ୍କୁ ମଧ୍ୟ ଭାରତ ଅଣାଯାଇଥିଲା । ତେବେ ଅନେକ ଜଣ ସେ ସମୟରେ ଆଫଗାନିସ୍ତାନରେ ରହିଯାଇଥିଲେ । ଆଉ ଏବେ ଭାରତ ଫେରିଛନ୍ତି ।