ଦିଲ୍ଲୀରେ କମୁଛି ପ୍ରଦୂଷଣ: କଟକଣା କୋହଳ କରିବାକୁ କେଜ୍ରିୱାଲ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ 

125

କନକ ବ୍ୟୁରୋ: ଦିଲ୍ଲୀରେ କମୁଛି ପ୍ରଦୂଷଣ । ଧିରେ ଧିରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ହାର କମିବାରେ ଲାଗିଛି । ତେବେ ଦିଲ୍ଲୀ ରେ ଲାଗିଥିବା କଟକଣା ଉପରେ ସମାନ୍ୟ କୋହଳ ହେବା ନେଇ ଆଶଙ୍କା କରାଯାଇଛି । ଦିଲ୍ଲୀରେ ବନ୍ଦ ଥିବା ନିର୍ମାଣ କାମ, ବନ୍ଦ ଥିବା କାରଖାନା, ଗୁରୁତ୍ୱ ପୁର୍ଣ୍ଣ ଫ୍ୟାକ୍ଟ୍ରି ଆଦିକୁ  ତଦାରଖ କରିବା ସହ କଟକଣା କୋହଳ କରିବା ପାଇଁ କରିବା ପାଇଁ  ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଗୋଟିଏ ସପ୍ତାହ ଭିତରେ ଏ ସର୍ମ୍ପକରେ ନିର୍ଣ୍ଣୟ ନେବାକୁ ବାୟୁ ପରିଚାଳନା କମିଶନକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।  ଏହା ପୁର୍ବରୁ ନିର୍ମାାଣ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଦିଲ୍ଲୀ ଓ ଏହାର ପାଶ୍ୱର୍ ବର୍ତିି ରାଜ୍ୟ ଗୁଡିକୁ  ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ କୋର୍ଟଙ୍କ ରାୟକୁ ଅବମାନନା କରି ବର୍ତମାନ ପର୍ଯ୍ୟନ୍ତ  ସହାୟତା ଦେଇନଥିବା ରାଜ୍ୟଗୁଡିକୁ ରିପୋର୍ଟ ଦେବାପାଇଁ କହିଛନ୍ତି ସବୋର୍ଚ୍ଚ ନ୍ୟାୟାଳୟ । ସେହିପରି କଟକଣା କୋହଳ କରିବା କିମ୍ବା କଡାକଡି କରିବା ପରିସ୍ଥିୁତି କୁ ଦେଖି ଏୟାର କ୍ୱାଲିଟି କମିସନ ନିଣ୍ଣୟ ନେବେ ବୋଲି କହିଛନ୍ତି ସବୋର୍ଚ୍ଚ ନ୍ୟାୟାଳୟ ।