ଭୀଷଣ ସାମୁଦ୍ରିକ ଝଡର ରୂପ ନେଇପାରେ ଅବପାତ: ବାଂଲାଦେଶ ଓ ମିଆଁମାର ଆଡକୁ ଗତି କରିବ

4,319

କନକ ବ୍ୟୁରୋ: ସାମ୍ଭାବ୍ୟ ବାତ୍ୟା ନେଇ ପ୍ରେସମିଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି । ସେ କହିଛନ୍ତି, ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଅବପାତର ରୂପ ନେବ । ୧୦ରେ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ । ପରେ ଭୀଷଣ ସାମୁଦ୍ରିକ ଝଡର ରୂପ ନେଇପାରେ । ୧୨ ତାରିଖ ବେଳକୁ ଏହାର ଗତି ପଥରେ ପରିବର୍ତ୍ତନ ହେବ । ଏହାପରେ ବାଂଲାଦେଶ ଓ ମିଆଁମାର ଆଡକୁ ଗତି କରିବ । ବର୍ତ୍ତମାନ ଏହା ନିକୋବର ଦ୍ୱୀପ ପାଖରେ ଅଛି । ସେଠାରେ ପବନର ବେଗ ୪୦ରୁ ୫୦ କିମି ଘଣ୍ଟା ପ୍ରତି ବେଗ ରହିଛି ।

ସାମ୍ଭାବ୍ୟ ବାତ୍ୟାକବୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି । ଯେଉଁମାନେ ଅଛନ୍ତି ସେମାନଙ୍କୁ ଶୀଘ୍ର ଫେରିଆସିବାକୁ କୁହାଯାଇଛି । ୧୨ ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ସେହିପରି ଆଣ୍ଡାମାନ ନିକୋବର ଟୁରିଷ୍ଟ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟଟକଙ୍କୁ ମଧ୍ୟ ବାରଣ କରାଯାଇଛି ।