କର୍ଣ୍ଣାଟକରେ ଶେଷ ପର୍ଯ୍ୟାୟ ପ୍ରଚାର । ଶେଷ ଦିନରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଲାଗି ପଡିଛନ୍ତି ମୁଖ୍ୟମନ୍ତ୍ରୀ ବୋମାଇ । କଂଗ୍ରେସ ପାଇଁ ପ୍ରିୟଙ୍କା ଓ ରାହୁଲଙ୍କ କସରତ

128

କନକ ବ୍ୟୁରୋ : ଜମୁଛି କର୍ଣ୍ଣାଟକ ବିଧାନସଭା ପ୍ରଚାର । ଆଜି ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ଓ ବିଜେପିର ହେଭିୱେଟ୍ ନେତା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କର୍ଣ୍ଣାଟକୀ ବିଭିନ୍ନ ସ୍ଥାନରେ ରାଲି କରି ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରିଛନ୍ତି । ବେଙ୍ଗାଲୁରୁରେ ପହଞ୍ଚି ରୋଡ ଶୋ କରିଛନ୍ତି ରାହୁଲ ଗାନ୍ଧୀ ।

ଏଥିସହ କଲେଜ ଛାତ୍ରଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କୁ ଭେଟି ଆଲୋଚନା କରିଛନ୍ତି ରାହୁଲ । ନିର୍ବାଚନ ନେଇ ଏକ ବସରେ କିଛି ମହିଳା ଯାତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି ରାହୁଲ । ସେମାନଙ୍କ ସହ ଯାତ୍ରୀଙ୍କ ସମସ୍ୟା ପଚାରିବୁଝିଛନ୍ତି । ଏପରିକି ବିଏମଟିସି ଓ କେଏସଆରଟିସି ବସ୍ ଗୁଡିକରେ ମହିଳା ଯାତ୍ରୀଙ୍କ ପାଇଁ ମାଗଣାରେ ଯାତ୍ରା ସୁବିଧା କରିବାକୁ କହିଛନ୍ତି ।

ସେପଟେ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବେଙ୍ଗାଲୁରୁ ବିଜୟ ନଗରରେ ଶେଷ ଦିନର ପ୍ରଚାରରେ ଲାଗିପଡିଛନ୍ତି । ଏକ ବଡ ଶୋଭାଯାତ୍ରାରେ ଶହଶହ କଂଗ୍ରେସ କର୍ମୀଙ୍କ ସହ ରାସ୍ତାରେ ବୁଲି ବୁଲି ପ୍ରଚାର କରୁଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ବିଜେପି ପାଇଁ ରୋଡ ସୋ କରି ପ୍ରଚାର କରିଛନ୍ତି । ଆଉ ଦିନକରେ ମତ ଦାନ ହେବ । କିଏ କଣ୍ଣାଟକରେ ସରକାର ଗଢିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।