ରାଜ୍ୟରେ ଶୀଘ୍ର ନିଲାମ ହେବ ଲଘୁ ଓ ଖଣିଜ ବ୍ଲକ୍। ଖଣିଜ ସମ୍ପଦକୁ ନେଇ କଣ କହିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପଢନ୍ତୁ…

96

କନକ ବ୍ୟୁରୋ: ନିଲାମ ହେବ ଲଘୁ ଓ ଖଣିଜ ବ୍ଲକ୍ । ଖୁବଶୀଘ୍ର ଓଡ଼ିଶାର ୧୫ଟି ପ୍ରମୁଖ ଖଣି ଏବଂ ୧୬ଟି ଲଘୁ ଖଣିଜ ବ୍ଲକର ନିଲାମ ହେବ । ଓଡିଶା ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପାଇବା ପରେ ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ର ସରକାର ୨୦୧୫ରେ ଖଣି ନୀତିରେ ନୂଆ ସଂସ୍କାର ଆଣିବା ପରେ ଅଧିକ ଲାଭାନ୍ୱିତ ହୋଇଛି ଓଡିଶା । ଖଣି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ସୁଦ୍ଧା ୨୨ ଟି ଅବଧି ଶେଷ ହୋଇଥିବା ଖଣିଜ ଲିଜ ସମେତ ୩୭ ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା ଶେଷ ହୋଇଛି। ୫-ଟି ପଦକ୍ଷେପ ଆଧାରରେ ଖଣିଜ ଉତ୍ତୋଳନ, ମ୍ୟାପିଂ ପାଇଁ ଆଇ୩ଏମଏସ ବ୍ୟବସ୍ଥା କରାଯାଇଛି । ଆଗକୁ ଆଉ ୧୫ଟି ପ୍ରମୁଖ ଖଣି ଏବଂ ୧୬ଟି ଲଘୁ ଖଣିଜ ବ୍ଲକର ନିଲାମ କରାଯିବ ।

ଚଳିତ ବର୍ଷ ମୋଟ ଖଣିଜ ପଦାର୍ଥର ଉତ୍ପାଦନ ୧୦୭.୫୪୬ ମିଲିୟନ ଟନ ହୋଇଛି । ପରିବହନ ହୋଇଛି ୧୦୦.୬୧୨ ମିଲିୟନ ଟନ । ଯାହାକି ଦେଶରେ ଆବଶ୍ୟକ ହେଉଥିବା ଲୁହା ପଥରର ୫୦ ପ୍ରତିଶତ କେବଳ ଓଡିଶା ପୂରଣ କରୁଛି ବୋଲି ମନ୍ତ୍ରୀ କହିଛନ୍ତି । ୨୦୨୦-୨୧ରେ ୧୩,୭୯୧ କୋଟି ଟଙ୍କାର ଖଣି ରାଜସ୍ୱ ମିଳିଥିବା ବେଳେ ୨୧-୨୨ ରେ ୪୯୫୩୦ କୋଟି ଟଙ୍କାର ଖଣି ରାଜସ୍ୱ ଆସିଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୧୮୮୭ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି । ଯାହାକି ବିଗତ ବର୍ଷ ତୁଳନାରେ ୨୧.୭୮ ପ୍ରତିଶତ ଅଧିକବୋଲି କହିଛନ୍ତିା