ପୁରୀରେ ଭୁଷୁଡିଲା ଛାତ, ସମସ୍ତେ ସୁରକ୍ଷିତ ଉଦ୍ଧାର। ଓଡ୍ରାଫ ଏବଂ ଅଗ୍ନିଶମବାହିନୀକୁ ସଫଳତା।

103

କନକ ବ୍ୟୁରୋ: ପୁରୀ ମଶାଣିଚଣ୍ଡୀ ଛକ ଛାତ ଭୁଷୁଡିବା ଘଟଣାରେ ୫ ଜଣ ଉଦ୍ଧାର ହୋଇଛନ୍ତି । ଓଡ୍ରାଫ ଏବଂ ଅଗ୍ନିଶମବାହିନୀର ଟିମ୍ ଉଦ୍ଧାର କରିବା ସହ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ୫ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଦୀର୍ଘ ସମୟର ଅପରେସନ ଚାଲିଥିଲା । ଦେଢଘଣ୍ଟା ଧରି ଶ୍ରମିକ ମାନେ ଫସିରହିଥିଲେ ଏହା ପରେ ସମସ୍ତଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଛି ।
ମଶାଣିଚଣ୍ଡୀ ଛକରେ ଘରର ଛାତ ଭୁଷୁଡି ପଡିଥିଲା । ଘରର ନିର୍ମାଣ ବେଳେ ଏହି ଛାତ ଭୁଷୁଡି ପଡିଛି । ସିମେଣ୍ଟ ଓଦା ଥିବା ବେଳେ କେଉଁ କାରଣରୁ ଏଭଳି ଘଟିଲା ତାହା ସ୍ପଷ୍ଟ ହୋଇପାରିନାହିଁ।