କମ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ! ଆସନ୍ତୁ ଜାଣିବା ଏହାଦ୍ୱାରା କ’ଣ କ’ଣ ସମସ୍ୟା ହୁଏ

136

ସୁସ୍ଥ ଶରୀର ପାଇଁ ପୁଷ୍ଟିକର ଏବଂ ଆବଶ୍ୟକ ମୁତାବକ ଖାଦ୍ୟ ଗ୍ରହଣ କରିବା ବହୁତ ଜରୁରୀ ହୋଇଥାଏ । କାରଣ ଆମ ଶରୀର ଠିକ ଭାବେ କାମ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର କ୍ୟାଲୋରୀର ଆବଶ୍ୟକତା ରହିଥାଏ । କିନ୍ତୁ କେତେକ ଲୋକ କମ ଖାଇବା ଖାଆନ୍ତି । ଫଳରେ ଶରୀରକୁ କମ କ୍ୟାଲୋରୀ ମିଳିଥାଏ ଏବଂ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସଠିକ ଭାବେ କାର୍ଯ୍ୟ କରିପାରିନଥାଏ । ତେବେ କମ ଖାଇବା ଦ୍ୱାରା ଶରୀରରେ ହେଉଥିବା କେଉଁ କେଉଁ ସମସ୍ୟା ହୁଏ ସେ ବିଷୟରେ ଜାଣିବା ।

ଦୁର୍ବଳ ଲାଗିବା – ଯେତେବେଳେ ଶରୀରକୁ କ୍ୟାଲୋରୀର ଆବଶ୍ୟକତା ରହିଥାଏ ସେତେବେଳେ ଭୋକ ଲାଗେ । ମାତ୍ର ଭୋକ ଲାଗିବା ସମୟରେ ଆମେ କମ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଦୁର୍ବଳତା ଆସିଥାଏ । ଦୁର୍ବଳତା ଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଉପୁଜିଥାଏ ।

ଚିନ୍ତାଗସ୍ତ ରହିବା – ଆମ ଶରୀରକୁ କାମ କରିବା ପାଇଁ ଅନେକ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଛି ଏବଂ କମ ଖାଇବା ଦ୍ୱାରା ଆମକୁ ସେ ସବୁ ମିଳିପାରିନଥାଏ । ଏପରି କ୍ଷେତ୍ରରେ କାମ ନକରିପାରିବା ଯୋଗୁଁ ଆମେ ଚିନ୍ତାଗସ୍ତ ରହିବା ସହ ଆମକୁ ରାଗ ମଧ୍ୟ ଆସିଥାଏ ।

ଥକାପଣ- କୌଣସି କାମ କରିବା ସମୟରେ ପର୍ଯ୍ୟାପ୍ତ କ୍ୟାଲୋରୀର ଆବଶ୍ୟକତା ରହିଥାଏ । ଯେବେ ଶରୀରରେ ଉର୍ଜା ଶେଷ ହୋଇଥାଏ ସେତେବେଳେ ଶରୀରକୁ ଥକା ଲାଗିଥାଏ । ଯାହା ଅନେକ ସମସ୍ୟାର ପ୍ରମୁଖ କାରଣ ।

ଭୋକ ଲାଗିବା – ଯେତେବେଳେ ଶରୀରକୁ ବେଶ ଥକା ଲାଗିଥାଏ ସେତେବେଳେ ଆମକୁ ଭୋକ ଲାଗିଥାଏ । ଏହାର ମୁଖ୍ୟ କାରଣ ଥାଏ ଶରୀରରେ ଉର୍ଜା ବା ଶକ୍ତି କମିବା ।

ଅଧିକ ନିଦ ଲାଗିବା – ଯଦି ଆମେ କମ ଖାଇବା ତେବେ ଆମକୁ ଥକା ଲାଗିଥାଏ । ଯାହାଫଳରେ ଆମକୁ ସବୁବେଳେ ନିଦ ଲାଗିଥାଏ ।

ଥଣ୍ଡା ଲାଗିବା – କମ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ କ୍ୟାଲୋରୀ ମାତ୍ରା କମିଯାଇଥାଏ । ଯାହାଫଳରେ ଆମ ଶରୀରର ତାପମାତ୍ରା କମ ହେବାରେ ଲାଗିଥାଏ । ଯାହାଫଳରେ ଆମକୁ ଥଣ୍ଡା ଅନୁଭୁତ ହୋଇଥାଏ ।

କୋଷ୍ଠକାଠିନ୍ୟ ସମସ୍ୟା – ସର୍ବଦା ଲୋକ ମୋଟା ହେବାରୁ ମୁକ୍ତି ପାଇବା ପାଇଁ ନିଜର ଖାଦ୍ୟକୁ କମ କରି ଦେଇଥାନ୍ତି । ଯାହା ଫଳରେ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିବା ବନ୍ଦ ହୋଇଯାଇଥାଏ । ଏହା ପରେ ଆମର ପାଚକ ତନ୍ତ୍ର ଦୁର୍ବଳ ହେବା ସହ କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।