ସ୍ୱାମୀ, ସ୍ତ୍ରୀଙ୍କ ଭିତରେ ‘ସେ’ ବିଗାଡ଼ିଲେ ସମ୍ପର୍କ? ଥାନା ଭିତରେ ହ୍ୟୁମାନ ଓ ସ୍ତ୍ରୀ…

358

କନକ ବ୍ୟୁରୋ: ସ୍ତ୍ରୀଙ୍କ ନିର୍ଯାତନା ଅଭିଯୋଗ ଆଧାରରେ କେସ ଡାଏରୀ କରି ଆଜି ହ୍ୟୁମାନ ସାଗର ଓ ଶ୍ରେୟା ମିଶ୍ରଙ୍କୁ କଟକ ମହିଳା ଥାନାକୁ ଡକାଯାଇଥିଲା । ଉଭୟ ଥାନାରେ ପହଞ୍ଚିବା ପରେ ସିଙ୍ଗିଙ୍ଗ ଷ୍ଟାର ଦମ୍ପତିଙ୍କ କଳି ପଦାକୁ ଆସିଛି । ଶ୍ରେୟାଙ୍କ ବାପା କହିଛନ୍ତି ଯେ, ହ୍ୟୁମାନଙ୍କ ଅନ୍ୟଜଣେ ଯୁବତୀଙ୍କ ସହ ସମ୍ପର୍କ ରହିଥିବା ସେ ଶୁଣିଛନ୍ତି । ତେବେ କିଏ ସେହି ଯୁବତୀ ତାଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ଯୁବତୀ ଜଣକ ମଧ୍ୟ ଗୀତ ଗାଆନ୍ତି ।

ଏକ ସଙ୍ଗୀତ ଭିତ୍ତିକ ରିୟଲିଟି ସୋ’ ଭଏସ ଅଫ ଓଡିଶା ସିଜିନ-୨ରେ ହ୍ୟୁମାନ ସାଗର ଓ ଶ୍ରେୟା ମିଶ୍ରଙ୍କ ଭିତରେ ଦେଖା ହୋଇଥିଲା । ଦୁହେଁ କାର୍ଯ୍ୟକ୍ରମରେ ପ୍ରତିଯୋଗୀ ଥିବାବେଳେ ବନ୍ଧୁତା ହୋଇଗଲା । ଏହି ବନ୍ଧୁତା ପରବର୍ତୀ ସମୟରେ ପ୍ରେମରେ ପରିଣତ ହେଲା । ସୋ’ରେ ବିଜୟୀ ହୋଇଥିଲେ ହ୍ୟୁମାନ ସାଗର । ଶ୍ରେୟାଙ୍କ ଘର ବାଲେଶ୍ୱରରେ ହୋଇଥିବାବେଳେ ହ୍ୟୁମାନଙ୍କ ଘର ବଲାଙ୍ଗୀର । ଦୁହେଁ ଏକାଠି ଅନେକ ଗୀତ ମଧ୍ୟ ଗାଇଛନ୍ତି । ଭିନ୍ନ ଧର୍ମର ହୋଇଥିଲେ ବି ଦୁହେଁ ବିବାହ କରିଥିଲେ । ହେଲେ ବୈବାହିକ ଜୀବନରେ ବିରାଟ ଝଡ ଆସିିଛି । ଯେଉଁଥିପାଇଁ ଅନ୍ୟଜଣେ ଯୁବତୀଙ୍କ ଭୂମିକାକୁ ସନ୍ଦେହ କରୁଛନ୍ତି ଶ୍ରେୟାଙ୍କ ପରିବାର ସଦସ୍ୟ ।

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଏକ ସେ ଏକ ସୁପରହିଟ୍ ଓଡିଆ ଗୀତ ଭେଟିଦେଇଛନ୍ତି । ତାଙ୍କ ସ୍ୱରର ଯାଦୁରେ ଝୁମିଉଠେ ସାରାଓଡିଶା । ହେଲେ ଘରେ ଘରେ ପରିଚିତ ହ୍ୟୁମାନ ସାଗରଙ୍କୁ ନେଇ ଯେଉଁ ଅଭିଯୋଗ ଆସିଛି, ତାହା ପ୍ରଶଂସକ ମାନଙ୍କୁ ଆଚମ୍ବିତ କରିଦେଇଛି ।

ସେହି ସିଙ୍ଗର ଯାହାଙ୍କୁ ନେଇ ବିଗିଡି ଯାଇଛି ହ୍ୟୁମାନ-ଶ୍ରେୟାଙ୍କ ସଂସାର?
କେବେଠାରୁ ହ୍ୟୁମାନ ସାଗରଙ୍କ ସହ ଏହି ଯୁବତୀଙ୍କ ସଂପର୍କ ରହିଛି?
ଯୁବତୀ ଜଣଙ୍କ ସ୍ୱାମୀଙ୍କୁ ଛଡାଇ ନେବା ଆଶଙ୍କାରେ ଏଭଳି ଅଭିଯୋଗ ଆଣିଛନ୍ତି କି ଶ୍ରେୟା?