ଚିକିଟିରେ ପ୍ରଭାବ ପକାଇପାରିଲା ନାହିଁ ରାଜପରିବାରର ରାଜନୀତି । ବାଜି ମାରିନେଲେ ବିଜେପି ପ୍ରାର୍ଥୀ ।

1,079

କନକ ବ୍ୟୁରୋ: ଚଳିତ ନିର୍ବାଚନରେ ବିଜେଡି ପରାଜୟ ଓ ବିଜେପିର ବିଜୟକୁ ନେଇ କେହି ଏଭଳି କିଛି ଅନୁମାନ କରିନଥିଲେ ଯେ, ବର୍ଷ ବର୍ଷ ଧରି ବିଜେଡିର ଗଡ ଭାବେ ପରିଚିତ ଆସନରୁ ମଧ୍ୟ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ପରାଜିତ ହେବାକୁ ପଡିବ । ରାଜପରିବାର ହାତରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳିର କ୍ଷମତା ଡୋରି ଖସିଯିବ । ସେମିତି ଏକ ନିର୍ବାଚନ ମଣ୍ଡଳି ହେଉଛି ଗଞ୍ଜାମ ଜିଲ୍ଲାର ଚିକିଟି । ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଚିକିଟି ନିର୍ବାଚନ ମଣ୍ଡଳି । ଏଠାରୁ ବାରମ୍ବାର ବିଧାୟକ ଭାବେ ବିଜୟୀ ହୋଇ ଆସୁଥିଲେ ଚିକିଟି ରାଣୀ ଉଷା ଦେବୀ, ମନ୍ତ୍ରୀ ମଧ୍ୟ ରହିଥିଲେ । ହେଲେ ଏଥର ତାଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପଦେବଙ୍କ ବିପକ୍ଷରେ ଯାଇଛି ଚିକିଟି ଜନତାଙ୍କ ସମର୍ଥନ ।

  • ଚିକିଟି ରାଜ ପରିବାର ହାତରୁ ଖସିଯାଇଛି କ୍ଷମତା ଡୋରୀ
  • ଦଶନ୍ଧୀ ଦଶନ୍ଧୀ ଧରି ଚିକିଟି ରାଣୀ ଉଷା ଦେବୀଙ୍କ ଦବଦବା ଥିଲା
  • ୨୪ ନିର୍ବାଚନରେ ବିଜେଡି ହାତରୁ ଖସି ଯାଇଛି ଚିକିଟି
  • ବିଜେଡି ଗଡ଼କୁ ଭାଙ୍ଗି ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ
  • ଛଡ଼ାଇ ଆଣିଛନ୍ତି ବିଜେପିର ମନୋରଂଜନ ଦ୍ୟାନ୍ ସାମନ୍ତରାୟ
  • ଏଥର ଉଷା ଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପଦେବଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି
  • ବିଜେପିରୁ ରିପିଟ୍ ହୋଇଥିଲେ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ