ବଢ଼ିଚାଲିଛି ଏଚ୩ଏନ୨ ଆକ୍ରାନ୍ତଙ୍କ ସଂଖ୍ୟା: ହେଲେ, ଜଣାପଡୁନି ଓଡିଶାର ସ୍ଥିତି

87

କନକ ବ୍ୟୁରୋ: ବଢ଼ି ଚାଲିଛି ଥଣ୍ଡା, ଜ୍ୱର ଓ କାଶ ଆକ୍ରାନ୍ତଙ୍କ ସଂଖ୍ୟା । । ବିଭିନ୍ନ ରାଜ୍ୟରେ ‘ଇନ୍ଫ୍ଲ୍ୟୁଏଞ୍ଜା-ଏ’ର ଉପ-ପ୍ରଜାତି ‘ଏଚ୍୩ଏନ୍୨’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ଏହା ଆହୁରି ଅଧିକ ସଂକ୍ରାମକ ହେବ ବୋଲି ଆଶଙ୍କା କରାଯାଉଛି । ଆଉ ଏସବୁ ଭିତରେ ଏହି ଭୂତାଣୁରେ ଦେଶରେ ୨ଜଣଙ୍କର ମୃତ୍ୟୁ ହେବା ଖବର ଭୟକୁ ଆହୁରି ବଢ଼ାଇ ଦେଇଛି । ଗତ ୨/୩ମାସ ହେବ ଓଡ଼ିଶାରେ ଥଣ୍ଡା, ଜ୍ୱରରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ନଜରକୁ ଆସିଛି । କିନ୍ତୁ ସରକାରୀ ସ୍ତରରେ ଇନଫ୍ଲୁଏଞ୍ଜା ଚିହ୍ନଟ ନେଇ ପରୀକ୍ଷା ହେଉନଥିବାରୁ, ରାଜ୍ୟରେ ଏହାର ସ୍ଥିତି କଣ ରହିଛି ତାହା ତାହା ଅସ୍ପଷ୍ଟ ରହିଛି । ତେଣୁ ଓଡ଼ିଶାରେ ଇନ୍ଫ୍ଲୁଏଞ୍ଜାରେ କାହାର ମୃତ୍ୟୁ ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ । ଆଇସିଏମ୍ଆର ପକ୍ଷରୁ ଯେଉଁ ଗାଇଡଲାଇନ୍ ଜାରି କରାଯାଇଛି ତାହାର ଅନୁପାଳନ କରିବା ଲାଗି ରାଜ୍ୟ ସରକାର କହିଛନ୍ତି । କିନ୍ତୁ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ତେବେ ଆରଏମଆରସିର ରିପୋର୍ଟ ଅନୁସାରେ ରାଜ୍ୟରେ ୫୯ଟି ଏଚ୩ଏନ୨ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ସନ୍ଦିଗ୍ଧ ନମୁନାରୁ ଏହି ରୋଗୀ ଚିହ୍ନଟ ହୋଇଛନ୍ତି ।