ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ମୃତ୍ୟୁ ଘଟଣା । ମୋବାଇଲ୍ ନମ୍ବର ଜାରି କଲା କମିଶନରେଟ୍ ପୋଲିସ । ରାଗିଂ ନେଇ କୌଣସି ତଥ୍ୟ ଥିଲେ ଜଣାଇବାକୁ ଅନୁରୋଧ ।
କନକ ବ୍ୟୁରୋ: ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲାରେ ପ୍ରେସମିଟ୍ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ତାଙ୍କ କହିବା ମୁତାବକ, ଜଣେ ଡିସିପି ରାଙ୍କର ଅଫିସର ଏହି ମାମଲାର ତଦନ୍ତ କରୁଛନ୍ତି । ରୁଚିକାଙ୍କର କଲେଜ ହଷ୍ଟେଲରେ ରାଗିଂ ହୋଇଥିବା ନେଇ ପୋଲିସର କୌଣସି ସୁରାକ୍ ମିଳିନି । ତେବେ ପୋଲିସ ଏହି ମୃତ୍ୟୁ ପଛର ଗୁମର ଖୋଲିବା ପାଇଁ ଏପର୍ଯ୍ୟନ୍ତ ମୋଟ ୧୯୮ ଜଣଙ୍କୁ ପଚରାଉଚୁରା କରିସାରିଲାଣି ବୋଲି ଡିସିପି ସୂଚନା ଦେଇଛନ୍ତି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ଯଦି କୌଣସି ବ୍ୟକ୍ତି ରୁଚିକା ମୃତ୍ୟୁ ନେଇ ପୋଲିସକୁ କିଛି ତଥ୍ୟ ଦେବାକୁ ଚାହୁଁଛନ୍ତି ତେବେ ସେଥିପାଇଁ କମିଶନରେଟ୍ ପୋଲିସ ଏକ ମୋବାଇଲ୍ ନମ୍ବର ଜାରି କରିଛି । ଏହି ନମ୍ବରକୁ ଫୋନ୍ କରି କୌଣସି ବି ବ୍ୟକ୍ତି ରୁଚିକା ମୃତ୍ୟୁ ସମ୍ବନ୍ଧୀୟ ଟିକିନିଖି ତଥ୍ୟ ଦେଇପାରିବ । ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଏହି ମୋବାଇଲ୍ ନମ୍ବରଟି ହେଉଛି ୭୦୭୭୭୯୮୧୧୧ ।
ପ୍ରତୀକ ସିଂ ଆଜି ପ୍ରେସମିଟରେ କହିଛନ୍ତି ଯେ, ରୁଚିକାର ସମ୍ପର୍କୀୟ, ସାଙ୍ଗ ଓ ହଷ୍ଟେଲ ଷ୍ଟାଫଙ୍କୁ ପଚରାଉଚୁରା କରାଯାଇଛି । ରୁଚିକା ରୁମରୁ ଯେଉଁ ମୋବାଇଲ୍ ମିଳିଥିଲା, ତାକୁ ଏବେ ଖୋଲିବାକୁ ଚେଷ୍ଟା କରାଯାଉଛି । ଏଥିପାଇଁ ରୁଚିକାଙ୍କ ମୋବାଇଲକୁ ସିଙ୍ଗାପୁର ପଠାଯାଇଛି । ସେଠାରେ ଏହି ମୋବାଇଲରୁ ଡାଟା ରିଟ୍ରିଭ୍ କରିବାକୁ ଚେଷ୍ଟା କରାଯାଉଛି ।