ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିଲେ ଆଇନ୍ ମନ୍ତ୍ରୀ । କହିଲେ, ଆବଶ୍ୟକ ଅନୁସାରେ ସଂଶୋଧନ ହେବ ପୂର୍ବ ସରକାରର ତ୍ରୁଟି ।

882

କନକ ବ୍ୟୁରୋ: ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି କଟକରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି । ଆଲୋଚନା ପରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି, ଗତ ସରକାର ରାଜ୍ୟରେ ଅନେକ କିଛି ତ୍ରୁଟି କରିଛନ୍ତି । ଆବଶ୍ୟକ ଅନୁସାରେ ତାର ସଂଶୋଧନ କରାଯିବ । ବେଆଇନ୍ ମଦ କାରବାର ରୋକିବା ଦିଗରେ କାମ କରାଯିବ । ନବ ଦାସ ହତ୍ୟାକାଣ୍ଡ ଓ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ପୁନଃ ତଦନ୍ତ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିଆଯାଇପାରେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।