ପିଲାଙ୍କ ଟଙ୍କା ହଡପ କରିଦେଲେ ଗ୍ରାମ୍ୟବ୍ୟାଙ୍କ କର୍ମଚାରୀ: କ୍ୟାସିଅରଙ୍କ ବିରୋଧରେ ମାଲୁଦ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଅଭିଯୋଗ

123

କନକ ବ୍ୟୁରୋ: ସ୍କୁଲ ପିଲାଙ୍କ ଟଙ୍କା ବି ଛାଡିଲେ ନାହିଁ ଗ୍ରାମ୍ୟବ୍ୟାଙ୍କ କର୍ମଚାରୀ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗ୍ରାମ୍ୟବ୍ୟାଙ୍କ କ୍ୟାସିଅର ଅନିଲ ଶବର ଛାତ୍ରଛାତ୍ରୀଙ୍କ ଆକାଉଁଟରେ ଥିବା ୩୦ ହଜାର ଟଙ୍କା ନେଇଯାଇଥିବା ଜଣାପଡିଛି । ମାଲୁଦ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଟଙ୍କା ହଡପ ହୋଇଥିବା ଜଣାପଡିବା ପରେ ମାଲୁଦ ଗ୍ରାମ୍ୟବ୍ୟାଙ୍କ ଶାଖାରେ ପହଂଚିଥିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର ନାଥ ଜେନ ଏନେଇ ବ୍ୟାଙ୍କରେ ଲିଖିତ ଅଭିଯୋଗ କରିଛନ୍ତି । ଏବଂ ଗ୍ରାମ୍ୟ କର୍ତୃପକ୍ଷ ଆସନ୍ତା ୫ ଦିନ ଭିତରେ ଟଙ୍କା ଫେରସ୍ତ ନକଲେ ଛାତ୍ରଛାତ୍ରୀ ବ୍ୟାଙ୍କ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।