ଯାଜପୁରର ଖଇରାବାଦ ଗାଁ ବୁଲିଲେ ରାଜ୍ୟପାଳ। ରାଜଭବନର ନର୍ସ ସାଗରିକା ବେହେରାଙ୍କ ଘରେ ପିଇଲେ ପଇଡ ପାଣି।

249

କନକ ବ୍ୟୁରୋ: ଗାଁରେ ରାଜ୍ୟପାଳ । ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଳା ରସୁଲପୁର ଖଇରାବାଦ ଗାଁରେ । ବାଲେଶ୍ୱର ଗସ୍ତରେ ଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ନର୍ସ ଚାକିରୀ କରୁଥିବା ସାଗରିକା ବେହେରାଙ୍କ କୁଆଖିଆ ନିକଟସ୍ଥ ଖଇରାବାଦ ଗାଁରେ ପହଞ୍ଚିିଥିଲେ । ସକାଳ ୮ଟା ୪୫ମିନିଟ୍ର ସେଠାରେ ପହଞ୍ଚି ପରିବାରର ଆତିଥ୍ୟି ଗ୍ରହଣ କରି ପଇଡ ପାଣି ପିଇଥିଲେ ।

ଏହାପରେ ସାଗରିକାଙ୍କ ବାପା ଗୋପୀନାଥ ବେହେରା, ମାଆ ଆରତୀ ଓ ପରିବାର କିଛି ସଦସ୍ୟଙ୍କ ସହ ଫଟୋ ଉଠାଇଥିଲେ । ଫେରିବା ବେଳେ ଗାଁର କିଛି ଛୋଟ ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହି ଅବସରରେ ବିଶିଷ୍ଟ ଛାୟାଚିତ୍ର ଶିଳ୍ପୀ ବିଶ୍ୱନାଥ ମହାରଣା ରାଜ୍ୟପାଳଙ୍କୁ ନିଜ ହାତ ତିଆରି କାଠର କଠଉ ଉପହାର ଦେଇଥିଲେ । ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କ ଗସ୍ତ ପାଇଁ ସୁରକ୍ଷା କଡାକଡି କରାଯାଇଥିଲା ।